Latest Odisha News

BREAKING NEWS

ଫୁଡ ଆଣ୍ଡ ବେଭେରେଜ ଇଣ୍ଡଷ୍ଟ୍ରିରେ ପାଦ ଥାପିଲେ କଙ୍ଗନା

ମୁମ୍ବାଇ: କୁଇନ କଙ୍ଗନା ରାନାୱତ ଫୁଡ ଏବଂ ବେଭେରେଜ ଇଣ୍ଡଷ୍ଟ୍ରିରେ ପାଦ ଥାପିଛନ୍ତି । ମଙ୍ଗଳବାର ସେ ଏ ନେଇ ଟୁଇଟରରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି । ମନାଲୀରେ ତାଙ୍କର ପ୍ରଥମ କାଫେ ଏବଂ ରେଷ୍ଟରୁଂଟାର କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଶଂସକମାନେ ଖୁବ୍ ଶୀଘ୍ର ମନାଲୀରେ ଏହାର ମଜା ଉଠାଇ ପାରିବେ । ତେବେ ସେ ଆଗକୁ ଅଭିନୟ ଜାରି ରଖିବେ କି ଓହରିଯିବେ ସେ ନେଇ ସ୍ପଷ୍ଟ କରି ନ ଥିଲେ । ସେ ପ୍ରଶଂସକମାନଙ୍କୁ କହିଛନ୍ତି, ମୁଁ ମୋ ସ୍ୱପ୍ନ ଆପଣମାନଙ୍କ ସହିତ ଶେୟାର କରୁଛି । ଯାହା କି ଆମକୁ ପରସ୍ପରର ଅତି ନିକଟତର କରାଇବ ।

ସୂଚନାଯୋଗ୍ୟ, କଙ୍ଗନା ଏବେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍ ଥଲାଇବି, ଧାକ୍କଡ ଏବଂ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମରେ ଅଭିନୟ କରୁଛନ୍ତି । ସୁଶାନ୍ତ ସିଂ ରାଜପୁତ କେସରେ କଙ୍ଗନା ଖୋଲାଖୋଲି ଭାବେ ବଲିଉଡର ନେପଟୋଜିମ ନେଇ ମୁହଁ ଖୋଲିଥିଲେ । ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ସରକାରଙ୍କ ସମେତ ବଲିଉଡର ମହାଶକ୍ତିମାନେ ଏବେ କଙ୍ଗନାଙ୍କ ବିରୋଧୀ ହୋଇ ପଡିଛନ୍ତି ।

Leave A Reply

Your email address will not be published.