Latest Odisha News

BREAKING NEWS

ଅବହେଳିତ ସରକାରୀ କର୍ମଚାରୀଙ୍କ ଗର୍ଜନରେ କମ୍ପିଲା ଲୋୟର ପିଏମଜି

ଭୁବନେଶ୍ୱର: ସକାଳୁ ସକାଳୁ କମ୍ପୁଥିଲା ଲୋୟର ପିଏମଜି । ସରକାରଙ୍କ ଦ୍ୱାରା ଅବହେଳିତ, ଉପେକ୍ଷିତଙ୍କ ଗର୍ଜନରେ ଥରୁଥିଲା ରାଜଧାନୀ ଛାତି। ଗୋଟିଏ ପଟେ ବିଭିନ୍ନ ଦାବି ନେଇ ଏକାଠି ହୋଇଥିଲେ ସରକାରୀ ଆଉଟସୋର୍ସିଂ କର୍ମଚାରୀ । ଅନ୍ୟପଟେ ଗର୍ଜୁଥିଲେ ଏକ୍ସ କ୍ୟାଡର ପ୍ରାଥମିକ ଶିକ୍ଷକ ମହାସଂଘ  । ହଜାର ହଜାର ଅସନ୍ତୁଷ୍ଟ ସରକାରୀ କର୍ମଚାରୀଙ୍କ ଭିଡରେ ଲୋୟର ପିଏମଜି ଯେମିତି ଜନସମୁଦ୍ର ପରି ଦିଶୁଥିଲା ।

ଆଜି ସକାଳୁ ସକାଳୁ ରାଜଧାନୀରେ ଗର୍ଜିଛନ୍ତି ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ । ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଏମାନେ । ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ପେନସନ ଲାଗୁ ସହ ଗର୍ଭବତୀ ସମୟରେ ଛୁଟି ଦେବା ପାଇଁ ସରକାରଙ୍କ ନିକଟରେ  ଦାବି ରଖିଥିଲେ । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ବିଶାଳ ଗଣଧାରଣ ଦେଇଥିଲେ ଏହି ଆଉଟସୋର୍ସିଂ କର୍ମଚାରୀଗଣ

ଓଡିଶା ସରକାରଙ୍କ ୪୨ ବିଭାଗରେ ଥାର୍ଡ ପାର୍ଟି ଜରିଆରେ ପ୍ରାୟ ୮୦ ହଜାର କର୍ମଚାରୀ   ୧୦ରୁ ୧୮ ବର୍ଷ ହେଲା କାମ କରି ଆସୁ୍‌ଥିଲେ ହେଁ ସେମାନଙ୍କ  ଦରମା ବଢୁ ନାହିଁ ।   ବହୁ କର୍ମଚାରୀଙ୍କୁ ଛଟେଇ କରାଯାଉଛି । ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିଲେ ଏହି କର୍ମଚାରୀ ।

ଅନ୍ୟପକ୍ଷେ  ରାଜ୍ୟ ପ୍ରାଥମିକ ଏକ୍ସ କ୍ୟାଡର ଶିକ୍ଷକମାନେ ସେମାନଙ୍କ ଦାବି ନେଇ ଧାରଣା ଦେଇଥିଲେ ରାଜଧାନୀରେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶିକ୍ଷକ/ଶିକ୍ଷୟିତ୍ରୀ ଏକାଠି ହୋଇଥିଲେ ।  ସରକାର ଏମାନଙ୍କୁ ରେଗୁଲାର କରିଦେଲେ କିନ୍ତୁ ଏକ୍ସ କ୍ୟାଡର ଲଗାଇ ଇନକ୍ରିମେଣ୍ଟ ମେଣ୍ଟ କରିଦେଲେ । ଏପରିକି ରେଗୁଲାର ଶିକ୍ଷକ ପାଉଥିବା ସମସ୍ତ ସୁବିଧାରୁ ଏମାନଙ୍କୁ ବଞ୍ଚିତ କରିଦେଲେ । ଏକ୍ସକ୍ୟାଡର ହଟାଇବା ସହ ଇନକ୍ରିମେଣ୍ଟ ପ୍ରଦାନ ଓ ଅନ୍ୟାନ୍ୟ ଦାବି ନେଇ ଏମାନେ ରାଜଧାନୀ ରାସ୍ତାରେ ଆଜି ଗର୍ଜିଥିଲେ । ଦାବି ପୂରଣ ନ ହେଲେ ମହାବିଳ୍ପବ କରିବେ ବୋଲି ଚେତାବନୀ ଦେଇଛନ୍ତି ଶିକ୍ଷକ ମହାସଂଘ ।

Leave A Reply

Your email address will not be published.