ପାଟଣାଗଡ଼: ବଲାଙ୍ଗୀରର ପାଟଣାଗଡ଼ ଆସିଷ୍ଟାଣ୍ଟ ରେଜିଷ୍ଟାର ଅଫ୍ କୋଅପରେଟିଭ୍ ସୋସାଇଟିସ୍ (ARCS) ସର୍କଲ ଅଧୀନ ସୁନାମୁଡି ପ୍ରାଥମିକ କୃଷି ସମବାୟ ସମିତିର ପୂର୍ବତନ ସମ୍ପାଦକ ମୌସମ ବେହେରାଙ୍କୁ ବାନ୍ଧିଲା ଭିଜିଲାନ୍ସ । ସମବାୟ ସମିତିର ୨୨ଲକ୍ଷ ୧୯ ହଜାର ୬୩୬ଟଙ୍କା ହେରଫେର ଘଟଣାରେ ଅଭିଯୋଗ ପାଇ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା ।
ତେବେ ତଦନ୍ତରେ ଜଣାପଡିଛି ଯେ, ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ହେରଫେର ହୋଇଥିଲା । ଏଥିରେ ତତ୍କାଳୀନ ସମ୍ପାଦକ ମୌସମ ବେହେରାଙ୍କ ସକ୍ରିୟ ଭୂମିକା ଥିବା ସ୍ପଷ୍ଟ ହୋଇଥିଲା। ସେ କୃଷକ ସଦସ୍ୟଙ୍କ ଜମା ଟଙ୍କାକୁ ଫେରାଇବା ଦର୍ଶାଇ ମିଥ୍ୟା ଫେରସ୍ତ ବିଲ୍ ପ୍ରସ୍ତୁତ କରି ଟଙ୍କା ହଡ଼ପ କରିଥିଲେ।
ଏହା ଛଡା ସେ ସାର ବିକ୍ରି ଟଙ୍କା ମଧ୍ୟ ସମିତି ଖାତାରେ ଜମା ନକରି ନିଜ ଜମାଖାତାରେ ଜମା କରିଥିଲେ ।


Comments are closed.