Latest Odisha News

BREAKING NEWS

ଏକଜିଟ୍ ପୋଲ : ବିହାରରେ ରାଜ କରିବେ ତେଜସ୍ୱୀ

ପାଟନା : ବିହାର ନିର୍ବାଚନ ସରିବା ସହିତ ପ୍ରକାଶ ପାଇଥିବା ସମସ୍ତ ଏକଜିଟ୍ ପୋଲ ସର୍ଭେରୁ ତେଜସ୍ୱୀ ଯାଦବଙ୍କ ନେତୃତ୍ବାଧୀନ ମହାଗଠବନ୍ଧନ ମେଣ୍ଟ ସରକାର ଗଢିବା ଅନୁମାନ କରାଯାଉଛି । ୧୫ ବର୍ଷର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପଛରେ ପକାଇ ତେଜସ୍ୱୀ ବାଜି ମାରି ନେଇଥିବା ପ୍ରାଯ ଅଧିକାଂଶ ଏକଜିଟ୍ ପୋଲ ପୂର୍ବାନୁମାନ କରିଛନ୍ତି ।

ମିଳିଥିବା ସୂଚନା ଅନୁାଯାୟୀ ପ୍ରାଯ ୪୪ ପ୍ରତିଶତ ଭୋରଙ୍କ ପସନ୍ଦ ତେଜସ୍ୱୀ । ଆରଜେଡି ନେତା ଲାଲୁ ଯାଦବ ଲାଲୁପ୍ରସାଦ ଯାଦବ ଓ ରାବଡି ଦେବୀଙ୍କ ପୁଅ ହେଉଛନ୍ତି ତେଜସ୍ୱୀ । ସେହିପରି ୩୫ ପ୍ରତିଶତ ଲୋକେ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଇଚ୍ଛା ରଖିଛନ୍ତି ।
ଏଥି ସହ ଏଲଜେପି ପ୍ରମୁଖ ଚିରାଗ ପାସଓ୍ଵାନଙ୍କୁ ମାତ୍ର ୭ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ନିଜର ସହମତି ପ୍ରକାଶ କରିଛନ୍ତି।

କେବଳ ଟାଇମସ୍ ନାଓ ସି ଭୋଟରକୁ ଛାଡି ଦେଲେ ଅନୟ ସମସ୍ତ ରିପୋର୍ଟରେ ଜେଡିଯୁ ଓ ଅନୟ ସମସ୍ତ ସହଯୋଗୀ ଦଳଙ୍କଠାରୁ ଆଗରେ ରହିଛି ମହାଗଠବନ୍ଧନ ।

Leave A Reply

Your email address will not be published.