Latest Odisha News

BREAKING NEWS

ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ବିଜ୍ଞପ୍ତି

ଭୁବନେଶ୍ୱର: ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ବିଜ୍ଞପ୍ତି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବୋର୍ଡ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ।

ଆସନ୍ତା ୯ ତାରିଖରୁ ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ଆରମ୍ଭ ହେବାର ଥିଲା । ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀଙ୍କ ସହ ବିଚାରବିମର୍ଶ ନକରି ତରବରିଆ ଭାବେ ମାଧ୍ୟମିକ ଶିକ୍ଷା ପରିଷଦର ଫର୍ମ ପୂରଣ ତାରିଖ ଘୋଷଣାକୁ ଅନେକ ନାପସନ୍ଦ କରିଥିଲେ । ନିଷ୍ପତ୍ତିକୁ ନେଇ ଓଷ୍ଟା ସମେତ ରାଜ୍ୟର ବହୁ ଶିକ୍ଷାବିତ୍‌ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।

କରୋନା ମହାମାରୀ ଯୋଗୁ ଚଳିତ ଶିକ୍ଷାବର୍ଷ ପ୍ରଭାବିତ ହୋଇଛି । ଆରମ୍ଭ ହୋଇ ପାରି ନାହିଁ ୨୦୨୦-୨୧ ଶିକ୍ଷାବର୍ଷ । ଗତକାଲି ସଂକର୍ମଣକୁ ଦୃଷ୍ଟିରେ ରଖି ଆସନ୍ତା ନୂଆବର୍ଷ ଅର୍ଥାତ ଡିସେମ୍ୱର ୩୧ ଯାଏ ରାଜ୍ୟର ସମସ୍ତ ସ୍କୁଲ ନଖୋଲିବା ପାଇଁ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲା ।

Leave A Reply

Your email address will not be published.