Latest Odisha News

BREAKING NEWS

ଭୋଟ ପୂର୍ବରୁ ନିର୍ବାଚନୀ ହିଂସା, ବିଜେପି କର୍ମୀଙ୍କ ଘର ସାମ୍ନାରୁ ମିଳିଲା ବୋମା

କୋଲକାତା: ଭୋଟ ପୂର୍ବରୁ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ବଙ୍ଗଳାର କୁଚବିହାର ଜିଲ୍ଲାର ଦିନହାଟା ଅଞ୍ଚଳରେ ଜଣେ ବିଜେପି କର୍ମୀଙ୍କ ଘର ସାମ୍ନାରୁ ବୋମା ଜବତ କରାଯାଇଛି । ସେପଟେ ଚାନ୍ଦମାରି ଅଞ୍ଚଳରେ ଜଣେ ବିଜେପି ବୁଥ ସଭାପତି ଲାବ ସରକାରଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, କୁଚବିହାରର ଚାନ୍ଦମାରି ଅଞ୍ଚଳରେ ପଥର ମାଡ ହୋଇଛି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଲୋକମାନେ ଉଭୟ ପାର୍ଶ୍ୱରୁ ପଥର ଫିଙ୍ଗୁଛନ୍ତି । ଫଳରେ ଜଣେ ବିଜେପି ନେତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣରେ ଟିଏମସି ଉପରେ ଅଭିଯୋଗ ହୋଇଛି।

ତେବେ ପଥର ଫିଙ୍ଗିବା କାରଣରୁ ଏହି ଅଞ୍ଚଳରେ ମତଦାନ ମଧ୍ୟ ପ୍ରଭାବିତ ହେବ ବୋଲି ଆଶା କରାଯାଉଛି। ବଙ୍ଗଳା ନିର୍ବାଚନ ସମୟରେ ହିଂସା ହୋଇପାରେ ବୋଲି ବିଜେପି ଦୀର୍ଘ ଦିନ ଧରି କହିଆସୁଛି। ଏହି କାରଣରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସି ବିଜେପି ନେତାଙ୍କ ଉପରେ ଆକ୍ରମଣ ଅଭିଯୋଗ ଲାଗିଛି।

Leave A Reply

Your email address will not be published.