ନୂଆଦିଲ୍ଲୀ: ଖାରଜ ହୋଇଛି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନ । ସୁପ୍ରିମକୋର୍ଟ ପବନର ପିଟିସନକୁ ଖାରଜ କରିଛନ୍ତି । ଏହି କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ଏବେ ପବନ ପାଖରେ ଏକ ମାତ୍ର ରାଜକ୍ଷମା ଆବେଦନର ବିକଳ୍ପ ରହିଛି । ସେପଟେ ପବନର ଓକିଲ ଏପି ସିଂହ କହିଛନ୍ତି, ଆମେ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିବୁ ।
ସୂଚନା ଯୋଗ୍ୟ ଯେ, ନିର୍ଭୟା ଦୋଷୀ ପବନ ଗୁପ୍ତା ଫାଶୀ ଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡ କରିବାକୁ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା । ତେବେ ସୁପ୍ରିମକୋର୍ଟ ଆଜି ଏହାର ଶୁଣାଣି କରି ପିଟିସନକୁ ଖାରଜ କରିଦେଇଛନ୍ତି । ପୂର୍ବରୁ ଅନ୍ୟ ୩ଜଣ ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଖାରଜ ହୋଇସାରିଛି । ଏବେ ନଜର କେବଳ ପଟିଆଲା ହାଉସ କୋର୍ଟଙ୍କ ଉପରେ । ମାର୍ଚ୍ଚ ୩ ସକାଳ ୬ଟାରେ ୪ ଦୋଷୀଙ୍କୁ ଫାଶୀ ପାଇଁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଡେଥ୍ ୱାରେଂଟ ଜାରି କରିଛନ୍ତି । ତେବେ ପୂର୍ବରୁ ୨ଥର ଡେଥ୍ ୱାରେଂଟ ଜାରି କରାଯାଇଥିଲେ ମଧ୍ୟ ଫାଶୀ ହୋଇପାରି ନାହିଁ ।
BREAKING NEWS
- ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ବର୍ଷକ ମଧ୍ୟରେ ୪୦୦ ଛକା ମାରି ଇତିହାସ ରଚିଲା ଭାରତ
- କଇଁ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ୩ ଶିଶୁ
- ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି, ପୁଣି ଖୋଲିଲା ୩ଟି ଗେଟ୍
- ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖୋଲିଲା ବାଲିମେଳା ଜଳଭଣ୍ଡାରର ୩ ଗେଟ
- ମୋ ଡିକ୍ସନାରୀରେ ‘ଡର’ ନାମକ କୌଣସି ଶବ୍ଦ ନାହିଁ…
- ରାତି ଅଧରେ ଘରେ ପଶି ଦମ୍ପତିଙ୍କୁ ହତ୍ୟା, ପୁଅ ଗୁରୁତର
- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଖେଳି ନ ପାରନ୍ତି ପନ୍ତ
- ଶେଷ ଟି୨୦ ମ୍ୟାଚରେ ହାରି ମଧ୍ୟ ସିରିଜ ଜିତିଲା ଟିମ ଇଣ୍ଡିଆ
- ଗଂଜାମରେ ବାତ୍ୟା ପରର ସ୍ଥିତି ବୁଲି ଦେଖୁଛି ବିଜେଡି ପ୍ରତିନିଧି ଦଳ, କାନ୍ଦି କାନ୍ଦି ଦୁଃଖ ଜଣାଉଛନ୍ତି ଲୋକ
Comments are closed.