Latest Odisha News

BREAKING NEWS

ଜିଓର ୧୦ ପ୍ରତିଶତ ଅଂଶଧନ କିଣିବ ଫେସବୁକ!

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରି ଗ୍ରୁପର ଜିଓ ପ୍ଲାଟଫର୍ମରେ ୯.୯୯ ପ୍ରତିଶତ ଅଂଶଧନ କିଣିବ ବିଶ୍ୱର ଅନ୍ୟତମ ପ୍ରମୁଖ ସୋସିଆଲ ମିଡିଆ କମ୍ପାନୀ ଫେସବୁକ। ଏଥିପାଇଁ ୪୩,୫୭୪ କୋଟି ପୁଞ୍ଜି ନିବେଶ କରିବା ନେଇ ବୁଧବାର ଦିନ ଫେସବୁକ ପକ୍ଷରୁ ଘୋଷଣା କରାଯାଇଛି ।

ଜିଓ ପ୍ଲାଟଫର୍ମ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ର ସମ୍ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନୀ । ଏଥିରେ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ ସହିତ ସମସ୍ତ ଗ୍ରୁପର ଡିଜିଟାଲ୍ ସେବା ରହିଛି ।

ଜିଓର ପ୍ରାୟ ୪୦୦ ମିଲିଅନ ଗ୍ରାହକ ଆଧାର ସହିତ ଏହି ଚୁକ୍ତି ଫେସବୁକକୁ ଭାରତୀୟ ବଜାରରେ ଆହୁରି ଭିତରକୁ ପ୍ରବେଶ କରିବାରେ ସାହାଯ୍ୟ କରିବ। ଚୀନ୍ ପରେ ଭାରତ ଦ୍ୱିତୀୟ ବୃହତ୍ତମ ବଜାର ଅଟେ। ଫେସବୁକ ଏହାର ଲୋକପ୍ରିୟ ମେସେଜିଂ ଆପ୍ ହ୍ଵାଟ୍ସଆପରେ ପେମେଣ୍ଟ ସେବା ଆରମ୍ଭ କରିବାକୁ ଯାଉଛି। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ବ୍ୟାପକ ଆଧାର ସହିତ ସ୍ଥାନୀୟ ଅଂଶୀଦାର ରହିବା ଦ୍ୱାରା ଏହାକୁ କମ୍ ସମୟରେ ଅଧିକ ସଫଳତା ହାସଲ କରିବାରେ ସାହାଯ୍ୟ କରିବ ।

Leave A Reply

Your email address will not be published.