Latest Odisha News

BREAKING NEWS

ଭଦ୍ରକରୁ ଚିହ୍ନଟ ହେଲେ ଆଉ ତିନି କରୋନା ପଜିଟିଭ୍‌, ଓଡିଶାରେ ମୋଟ ସଂଖ୍ୟା ୮୨ ଛୁଇଁଲା

ଭୁବନେଶ୍ୱର : ଭଦ୍ରକରୁ ଚିହ୍ନଟ ହେଲେ ଆଉ ତିନି ନୂଆ କରୋନା ପଜିଟିଭ ରୋଗୀ । ଏହାପରେ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ପଜିଟିଭ ଜିଲ୍ଲା ଭାବରେ ଭଦ୍ରକରେ ସଂଖ୍ୟା ୧୧ରେ ପହଞ୍ଚିଛି । ରାଜ୍ୟରେ ମୋଟ କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୮୨ ଛୁଇଁଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଆଉ ଜଣେ କରୋନା ରୋଗୀ ଚିକିତ୍ସା ପରେ ସୁସ୍ଥ ହେବା ସହିତ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩୦ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣ ଓଡିଶାର ୧୦ଟି ଜିଲ୍ଲାକୁ ଛୁଇଁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରେ ସର୍ବାଧିକ ୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.