Latest Odisha News

BREAKING NEWS

ୟୁଜର୍ସଙ୍କ ତଥ୍ୟ ଚୋରି କରୁଛି ଫେସବୁକ୍

ନୂଆଦିଲ୍ଲୀ : ୟୁଜର୍ସଙ୍କ ତଥ୍ୟ ଚୋରି କରୁଛି ଫେସବୁକ୍ । କମ୍ପାନୀର ପଲିସି ଅନୁସାରେ ବ୍ୟବହାରୀଙ୍କର ବ୍ୟକ୍ତିଗତ ଗୋପନୀୟତା ରକ୍ଷା କରୁନି ହ୍ବାଟସଆପ୍ । ମେସେଜିଂ ଆପ୍ ହ୍ବାଟସଆପ୍ ଓ ପ୍ୟାରେଣ୍ଟ କମ୍ପାନୀ ଫେସବୁକର ନୂତନ ପ୍ରାଇଭେସି ପଲିସିକୁ ନେଇ ପୂର୍ବରୁ ବିବାଦ ସୃଷ୍ଟି ହୋଇଥିବା ବେଳେ ଏବେ ସାମ୍ନାକୁ ଆସିଛି ସାଂଘାତିକ ରିପୋର୍ଟ । ଯାହା କମ୍ପାନୀର ଗୋପନୀୟତା ନୀତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ୟାରେଣ୍ଟ କମ୍ପାନୀ ଫେସବୁକ୍, ହ୍ବାଟସଆପ୍ ୟୁଜର୍ସଙ୍କ ଗୋପନୀୟତା ନୀତିକୁ ଉଲ୍ଲଂଘନ କରୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

ପ୍ରୋ-ପବ୍ଲିକା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଫେସବୁକ୍ ସାରା ବିଶ୍ବରେ ଏକ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । ୟୁଜର୍ସଙ୍କ ବ୍ୟକ୍ତିଗତ ମେସେଜ ପ୍ରକାଶ କରିବାକୁ କମ୍ପାନୀ ସେମାନଙ୍କୁ ଦରମା ଦେଉଛି । ଖାଲି ସେତିକି ନୁହେଁ, ଆମେରିକାର ଆଇନ ବିଭାଗ ପରି କେତେକ ଆଇନ ପ୍ରଣୟନକାରୀ କମ୍ପାନୀ ସହ ଫେସବୁକ୍ ୟୁଜର୍ସଙ୍କ ତଥ୍ୟ ସେୟାର କରିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି । ଫେସବୁକ ଓ ହ୍ବାଟସଆପର ନୂତନ ଗୋପନୀୟତା ଆଇନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ପରେ ସିଇଓ ମାର୍କ ଜୁକରବର୍ଗ ଏହାକୁ ଖଣ୍ଡନ କରିବା ସହ କମ୍ପାନୀ ୟୁଜରଙ୍କ ମେସେଜ ପଢ଼େନହିଁ ବୋଲି କହିଥିଲେ । ମାତ୍ର ଜୁକରବର୍ଗଙ୍କ ଏହି ବୟାନକୁ ମିଛ ବୋଲି କହିଛି ପ୍ରୋପବ୍ଲିକା ରିପୋର୍ଟ ।

Leave A Reply

Your email address will not be published.