Latest Odisha News

BREAKING NEWS

ପେଗାସସ୍ ଜାସୁସି ମାମଲାରେ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ : ପେଗାସସ୍ ଜାସୁସି ମାମଲାରେ ସୁପ୍ରିମକୋର୍ଟ କ୍ଷୁବ୍ଧ । ଇସ୍ରାଏଲି ସ୍ପାଏ ଓ୍ବେର ପେଗାସସକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହି ମାମଲାର ଯାଞ୍ଚ ପାଇଁ ବିଭିନ୍ନ ଆଡୁ ପିଟିସନ ଦାଖଲ ପରେ କମିଟି ଗଠନ କରି ଏହାର ଯାଞ୍ଚ କରିବା ସହ କୋର୍ଟରେ ସତ୍ୟପାଠ ଦାଖଲ କରିବେ ବୋଲି କହିଥିଲେ କେନ୍ଦ୍ର ସରକାର । ଦୁଇ ଦୁଇ ଥର ଏ ନେଇ ସମୟ ମାଗିବା ପରେ ଶେଷରେ ସତ୍ୟପାଠ ଦାଖଲ କରିବାକୁ ସଫା ସଫା ମନା କରିଦେଇଛନ୍ତି କେନ୍ଦ୍ର ସରକାର । ଯାହାକୁ ଦେଇ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ।

ଦେଶର ସୁରକ୍ଷା ଦୃଷ୍ଟିରୁ ସତ୍ୟପାଠ ଦାଖଲ କରିହେବ ନାହିଁ ବୋଲି କେନ୍ଦ୍ର ସରକାର କୋର୍ଟରେ ଯୁକ୍ତି ରଖିଛନ୍ତି । ମାତ୍ର ଜାସୁସୀ ମାମଲାକୁ ନେଇ ଆସିଥିବା ଅଭିଯୋଗ ପରେ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ କୋର୍ଟଙ୍କୁ ଜଣାଇବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ଜନତାଙ୍କ ଗୋପନୀୟତା ରକ୍ଷା କରିବା ସରକାରଙ୍କ ଦାୟିତ୍ବ । ଏହାକୁ ନେଇ କେନ୍ଦ୍ର ସରକାର ଉତ୍ତରଦାୟୀ ରହିବା ଉଚିତ ବୋଲି କୋର୍ଟରେ ଯୁକ୍ତି ରଖିଛନ୍ତି ଆଇନଜୀବୀ କପିଲ ଶିବଲ ।

Leave A Reply

Your email address will not be published.