ପୁରୀ: ଧରାପଡିଲା ନକଲି ଟଙ୍କା କାରବାର। ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ଗାଁରେ ପଶି ଟଙ୍କା କାରବାର ବେଳେ ଘେରିଲେ ଗାଁ ଲୋକ। ନକଲି ଟଙ୍କା କାରବାର ସନ୍ଦେହରେ ୩ଜଣଙ୍କୁ ଅଟକ ରଖି ପୋଲିସ ଜିମା ଦେଲେ ଗ୍ରାମବାସୀ। ପୁରୀ ଜିଲ୍ଲା ଡେଲାଙ୍ଗ ସାଧପଡା ଗାଁରେ ଘଟିଛି ଏଭଳି ଘଟଣା ।
ଡେଲାଙ୍ଗ ପୋଲିସ ଗାଁରେ ପହଞ୍ଚି ଡକାୟତଙ୍କୁ କାବୁ କରିଛନ୍ତି। ଏହାସହ ସେମାନଙ୍କ ନିକଟରୁ ଟଙ୍କା ଗଣତି ମେସିନ ଓ ଟଙ୍କା ଛପା ପେପର ଏବଂ ଗାଡି ଜବତ କରିଛି ପୋଲିସ।
ସୂଚନାନୁସାରେ, ରାତିରେ ସାଧପଡ଼ା ଗାଁକୁ ୩ ଜଣ ବ୍ୟକ୍ତି ଆସି ଲୋକଙ୍କୁ ୫୦ ହଜାର ଟଙ୍କା ଦେବାକୁ କହିଥିଲେ। ଏହା ବଦଳରେ କିଛି ଘଣ୍ଟାର ୩ ଲକ୍ଷ ଟଙ୍କା ମିଳିବ ବୋଲି କହିଥିଲେ। ଯେଉଁଥିପାଇଁ ଲୋକଙ୍କ ସନ୍ଦେହ ହୋଇଥିଲା। ଫଳରେ ଉକ୍ତ ବ୍ୟକ୍ତିଙ୍କୁ ଘେରିଥିଲେ ଗାଁ ଲୋକେ। ପରେ ପୋଲିସକୁ ଖବର ଦେବା ଦେଲେ। ଅଭିଯୁକ୍ତଙ୍କଠାରୁ ଟଙ୍କା ଛପା ପେପର ଓ ମେସିନ ଜବତ କରାଯାଇଛି।
Comments are closed.