Latest Odisha News

ଫକୀର ହରିଚନ୍ଦନଙ୍କ ଜନ୍ମ ଶତ ବାର୍ଷିକୀ ପାଳିତ

ଭୁବନେଶ୍ୱର : ଫକୀର ହରିଚନ୍ଦନ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ଫକୀର ହରିଚନ୍ଦନ ଜନ୍ମ ଶତ ବାର୍ଷିକ ପାଳିତ ହୋଇଯାଇଛି ।

ଅନୁଷ୍ଠାନର ସଭାପତି ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଶଶୀକାନ୍ତ ମିଶ୍ର ମୁଖ୍ୟ ଅତିଥି , କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଚନ୍ଦ୍ରଶଖର ତ୍ରିପାଠୀ ସମ୍ମାନିତ ଅତିଥି, ଅରବିନ୍ଦ ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି, ଐତିହାସିକ ତଥା ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ।

ଏହି ସଭାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଫକୀର ହରିଚନ୍ଦନଙ୍କର ସମାଜସେବା ଓ ରାଜନୈତିକ ଜୀବନ ଉପରେ ଆଲୋକପାତ କରିଥିଲେ । ଏହି ଉତ୍ସବରେ ଫକୀର ହରିଚନ୍ଦନଙ୍କର ଇତିହାସ ପୁସ୍ତକ “ଖୋର୍ଦ୍ଧା ଇତିହାସର ଅନ୍ତରାଳେ”ର ଇଂରାଜୀ ଅନୁବାଦ “ଦ ମିଷ୍ଟ୍ରିଜ୍ ଅଫ ଦ ହିଷ୍ଟ୍ରି ଅଫ ଖୋର୍ଦ୍ଧା”ର ଉନ୍ମୋଚନ ହୋଇଥିଲା । ଏହା ସହ ଏହି ଉତ୍ସବରେ ଐତିହାସିକ ସତ୍ୟବାଦୀ ବଳିଆର ସିଂଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

“ଓଡ଼ିଶା ଇତିହାସର ଅନାଲୋଚିତ ଅଧ୍ୟାୟ” ଏବଂ “ଖୋର୍ଦ୍ଧା ଇତିହାସର ଅନ୍ତରାଳେ” ଶୀର୍ଷକରେ ଦୁଇଟି ପୁସ୍ତକ ରଚନା କରି ଇତିହାସ ଲେଖିବାକୁ ପ୍ରେରଣା ସୃଷ୍ଟି କରିଥିବା ସ୍ବର୍ଗତଃ ହରିଚନ୍ଦନ ଇତିହାସ ରଚନାରେ ସେ ନିରପେକ୍ଷ ରହିବା ସହ ଇତିହାସରେ ନିଛକ ସତ୍ୟକୁ ପ୍ରକାଶ କରିବାକୁ ସେ ପସନ୍ଦ କରୁଥିଲେ । ତାଙ୍କର ଗବେଷଣାତ୍ମକ ଇତିହାସ ଅତି ଉଚ୍ଚକୋଟୀର । ସତ୍ୟକୁ ଆଗକୁ ଆଣିବାରେ ଯେଉଁ କେତେଜଣ ଐତିହାସିକବ୍ରତୀ ଥିଲେ ତନ୍ମଧ୍ୟରୁ ଫକୀର ହରିଚନ୍ଦନ ଅନ୍ୟତମ । ତାଙ୍କ ନାମ ଫକୀର ହେଲେ ସେଥିଲେ ଜ୍ଞାନର ଭଣ୍ଡାର । ଇତିହାସ ଲେଖାରେ ତାଙ୍କର ସଂଯୋଜନା, ଉପସ୍ଥାପନା ଓ ତଥ୍ୟ ତାଙ୍କୁ ଜଣେ ଉଚ୍ଚମାନର ଐତିହାସିକର ମାନ୍ୟତା ଦିଏ । ର୍ଗତ ଫକୀର ହରିଚନ୍ଦନଙ୍କର କାଳଜୟୀ କୃତୀକୁ ପୁର୍ନଜୀବିତ କରିବାକୁ ତାଙ୍କର ସୁପୁତ୍ର ପ୍ରସାଦ ହରିଚନ୍ଦନ ଯେଉଁ ଉଦ୍ୟମ କରିଛନ୍ତି ସେଥିପାଇଁ ସେ ଧନ୍ୟବାଦର ପାତ୍ର ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ମୃତ୍ୟୁଞ୍ଜୟ ରଥଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଠ ସଙ୍ଗିତଜ୍ଞ ଲକ୍ଷ୍ମୀକାନ୍ତ ପାଲିତଗୋଦାବରିଶ ମହାପାତ୍ରଙ୍କର “ଓଠକଙ୍କାଳ, ଜାଗକଙ୍କାଳ” କବିତା ଗାନକରିଥିଲେ । ପୂର୍ବତନ ପ୍ରଶାସକ ତଥା ଶିକ୍ଷାବିତ ସହଦେବ ଜୟସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଅନୁଷ୍ଠାନ ପକ୍ଷରୁ ମିହିର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ, ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ବେଉରା, ଶୁଭେନ୍ଦୁ ମହାନ୍ତି, ପ୍ରଦୀପ ହରିଚନ୍ଦନ, ଚିନ୍ମୟ ସୁନ୍ଦର ଦାସ, ଲିଙ୍ଗରାଜ ସାହୁ, ସୁଶାନ୍ତ ତ୍ରିପାଠୀ, ପ୍ରକାଶ ମିଶ୍ର, ବାଙ୍କନିଧି ବେହେରା, ଦୀପକ ସାହୁ, ସରୋଜ ପରିଡ଼ା, ତରୁଣ ମିଶ୍ର, ଜ୍ଞାନ ପଟ୍ଟନାୟକ, ଜୟକୃଷ୍ଣ ପଟ୍ଟନାୟକ ପ୍ରମୁଖଙ୍କ ସହ ବହୁ ଶିକ୍ଷାବିତ, କବି, ସାହିତ୍ୟିକ, ଛାତ୍ର, ଲେଖକ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.