Latest Odisha News

BREAKING NEWS

ଇଏ କି ମାନବିକତା : ପାଦରେ ସାମାନ୍ୟ ଘା ଯୋଗୁଁ ମୋତେ ଜଙ୍ଗଲରେ ଛାଡିଦେଲ?

ବରଗଡ଼ : ଶୀତ କାକରରେ ଖୋଲା ଆକାଶ ତଳେ ଧାନ ବିଲରେ ପଡିରହିଛନ୍ତି ମହିଳା  । ଅପରାଧ ତାଙ୍କର ଏତିକି ଯେ ତାଙ୍କ ପାଦରେ ଆଘାତ ଲାଗି ଘା ଟିଏ ହୋଇଯାଇଥିଲା । ଆଉ ତା ପରେ ପରିବାର ଲୋକେ ତାଙ୍କୁ ଜାଣି ଖୋଲା ଆକାଶ ତଳେ ଛାଡିଦେଲେ । ଯେତେବେଳେ ମାନବିକତା ମରିଯାଏ ଆଉ ତା ବଦଳରେ ଜନ୍ମନିଏ ଅନ୍ଧବିଶ୍ୱାସ  । ସେତେବେଳେ ଦେଖିବାକୁ  ମିଳେ ଏଭଳି କିଛି ଚିତ୍ର । ଏଠି ଅନେକ ମଣିଷ ଅଛନ୍ତି , ତଥାପି ଛୁଆଁ ଅଛୁଆଁ ପ୍ରଥା ମଣିଷକୁ ଅନ୍ଧ କରିଦେଇଛି ।

ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଭଟଲି ବ୍ଲକ ନୂଆଗଡ ଜଙ୍ଗଲ ରେ  ।  ବୃଦ୍ଧା ମହିଳା ଜଣକ ସ୍ଥାନୀୟ କୁଶନପୁରୀ ଗାଁର ବାସୀନ୍ଦା  ।  ତାଙ୍କର ପରିବାରରେ ସ୍ୱାମୀ , ନାତି ନାତୁଣୀ ସମସ୍ତେ ଅଛନ୍ତି  । ହେଲେ ତାଙ୍କର ପାଦରେ ଏକ ସାମାନ୍ୟ ଘା ହୋଇ ପୋକ ହୋଇ ଯାଇଥିଲା  । ଯାହାକୁ ଜାତି ଲୋକଙ୍କ କବଳରୁ ବଞ୍ଚିବାକୁ ଯାଇ ପରିବାର ଲୋକେ ଆଣି ବିଲ ମଝିରେ ଛାଡି ଚାଲିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର ସଦସ୍ୟ ବିକାଶ ଅଗ୍ରୱାଲ, ଜି ରମେଶ, ଶେଷଦେଵ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ  ପହଞ୍ଚି ଭଟଲି ପୋଲିସକୁ ଖବର ଦେବା ସହିତ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଥିଲେ । ବର୍ତ୍ତମାନ ଅସହାୟ ବୃଦ୍ଧା ଜଣକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅସ୍ତ୍ରପଚାର ବିଭାଗରେ ଚିକିତ୍ସିତ ହେଉଛନ୍ତି ।

ଆଜିର ବିଜ୍ଞାନ ଯୁଗରେ ଜଣେ ବୃଦ୍ଧା ମାଆ ସାମାନ୍ୟ ରୁଗୁଣ ହେବାରୁ ପରିବାର ଲୋକେ ଚିକିତ୍ସା କରାଇବା ପରିବର୍ତ୍ତେ ଜଙ୍ଗଲରେ ଛାଡ଼ିଦେବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଥିବାବେଳେ ଲୋକେ ସଂକଳ୍ପ ପରିବାରର ମହତ ପାଣିଆ କୁ ଭୂରି ଭୂରି ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.