Latest Odisha News

BREAKING NEWS

ଆରମ୍ଭ ହେଲା ପଥୋତ୍ସବ : ଦୁଲୁକିଲା ରାଜଧାନୀ ରାଜରାସ୍ତା , ସାମିଲ ହେଲେ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ କଳାକାର

ଭୁବନେଶ୍ବର : ପୁଣି ଫେରିଲା ପଥୋତ୍ସବ । ଆଜିଠୁ ରାଜଧାନୀର ରାଜରାସ୍ତାରେ ପାଳିତ ହେଉଛି ପଥୋତ୍ସବ । ଏହି କାର୍ଯ୍ୟକ୍ରମ ପାଇଁ ଆଜି ସକାଳୁ ସକାଳୁ ଦୁଲୁକି ଉଠିଛି ରାଜଧାନୀର ରାଜରାସ୍ତା। ଚଳିତ ବର୍ଷ ନୂଆ ଢଙ୍ଗରେ ଏବଂ ନୂଆ ରୂପରେ ପଥ ଉତ୍ସବ ପାଳନ କରାଯାଇଛି  । ମାଷ୍ଟର କ୍ୟାଣ୍ଟିନ ଛକଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଆଜି  ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ପିଲାଠୁ ବୁଢା ସମସ୍ତେ ଏଥିରେ ସାମିଲ ହୋଇଥିଲେ । ନାଚ ଗୀତ ଖେଳ କୁଦରେ ମତୁଆଲ ହୋଇଥିଲେ ରାଜଧାନୀବାସୀ । ନାଚ, ଗୀତ, ଝୋଟି, ଯୋଗ, ସ୍କେଟିଂ , ସାଇକେଲିଂ ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ସକାଳ ୬ଟା ୩୦ରୁ ୯.୩୦ ପର୍ଯ୍ୟନ୍ତ ଚାଲିଥିଲା ଏହି କାର୍ଯ୍ୟକ୍ରମ । ବିଭିନ୍ନ ସ୍କୁଲ, କଲେଜ, କ୍ରୀଡା ସଂଗଠନ, କଳାକାର ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ  । ଚଳିତ ବର୍ଷ ୩ଟି ଜୋନରେ ପଥୋତ୍ସବ ଅନୁଷ୍ଠିତ ହେବ । ଜନୁଆରୀ ୭ ଏବଂ ୨୧ରେ ଅନ୍ୟ ୨ଟି ଜୋନରେ ଏବି ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.