Latest Odisha News

BREAKING NEWS

କୁକୁର ଭାବି ଘରେ ପାଳିଥିଲେ ଭାଲୁ

ବେଜିଂ: ମଣିଷର କାମରେ ଆସୁଥିବା ପଶୁଙ୍କ ମଧ୍ୟରୁ କୁକୁର ଅନ୍ୟତମ । କୁକୁର ଗୃହପାଳିତ ଏବଂ ପ୍ରଭୁ ଭକ୍ତ । କୁକୁରକୁ ବିଶ୍ୱାସୀ ବୋଲି ମଧ୍ୟ କୁହାଯାଏ। ଅନେକଙ୍କର କୁକୁର ରଖିବାର ସଉକ ରହିଥାଏ । କୁକୁର ରଖିବା ଏବେ ଆଭିଜାତ୍ୟର ସଂକେତ ହୋଇଛି । ଗୋଟିଏ ଗୋଟିଏ କୁକୁରର ମୂଲ୍ୟ କୋଟିଏ ପର୍ଯ୍ୟନ୍ତ ଟଙ୍କା ହୋଇଥାଏ । କେତେକ କୁକୁର ନିରୀହ ଦେଖାଯାଇଥୁଲେ ମଧ୍ୟ ନିରୀହ ହୋଇନଥାଆନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ କୁକୁର ପାଳନ କଥା କହିବୁ ଯାହା ଶୁଣିଲେ ଆପଣ ବେଶି୍ ଆଶ୍ଚର୍ଯ୍ୟ ହେବେ ।

ଚୀନ୍‌ର ଏକ ପରିବାର ଦୀର୍ଘ ଦୁଇ ବର୍ଷ ତଳେ ଏକ କୁକୁର ପାଳି ଥିଲେ । ହେଲେ ଏହା ଏକ ବିଲୁପ୍ତପ୍ରାୟ ପ୍ରଜାତିର ଭାଲୁ ବୋଲି ଜଣାପଡ଼ିବା ପରେ ଘଟଣାଟି ଏବେ ବେଶ୍ ଚର୍ଚ୍ଚାରେ । ଚୀନ୍‌ର ୟୁନାନ ପ୍ରଦେଶ ଅନ୍ତର୍ଗତ ଏକ ଗାଁରେ ସୁ ୟୁଁ ନାମକ ଜଣେ ମହିଳା ଦୁଇ ବର୍ଷ ତଳେ ବାହାରକୁ ବୁଲି ଯାଇଥିବା ବେଳେ ଏକ ‘ତିବ୍ବତୀୟ ମାସ୍ତିଫ’ କୁକୁର ଛୁଆ ସାଙ୍ଗରେ ଆଣିଥିଲେ। ଉକ୍ତ ଲୋମଶ କୌତୁକିଆ ଛୁଆଟିକୁ ସେ ଘରେ ଅତି ଯତ୍ନର ସହ ପାଳିଥିଲେ।

ହେଲେ ଦୁଇ ବର୍ଷ ପରେ ଉକ୍ତ ଛୁଆଟି ୨୫୦ ପାଉଣ୍ଡ ବା ୧୧୪ କେଜି ଓଜନର ବିଶାଳକାୟ ହେବା ସହ ପଛ ଗୋଡ଼ ଦୁଇଟିରେ ଚାଲିବା ଆରମ୍ଭ କରିଥିଲା। ଏଥି ସହିତ ଦିନକୁ ଦୁଇ ବାଲଟି ନୁଡଲ୍‌ସ ଓ ପାଞ୍ଚ କେଜି ଫଳମୂଳ ଆଦି ଖାଦ୍ୟ ଖାଇବା ଆଚରଣ ମଧ୍ୟ ସମସ୍ତଙ୍କୁ ଚକିତ କରିଥିଲା। ଫଳରେ ପଶୁଟି ସମ୍ପର୍କରେ ୟୁଁଙ୍କ ପରିବାର ଲୋକଙ୍କ ମନରେ ସନ୍ଦେହ ଆସିଥିଲା। ତେଣୁ ସେମାନେ ପଶୁ ବିଶେଷଜ୍ଞଙ୍କ ସହ ପରାମର୍ଶ କଲା ପରେ ତାହା ଏକ ବିରଳ ପ୍ରଜାତିର ଏସୀୟ କଳାଭାଲୁ ବୋଲି ଜଣାପଡ଼ିଥିଲା। ତେବେ ତାହାର ପ୍ରକୃତ ପରିଚୟ ଜଣାପଡ଼ିଲା ପରେ ବନ୍ୟପ୍ରାଣୀ ଅଧିକାରୀମାନେ ତାହାକୁ ଏକ ବନ୍ୟପ୍ରାଣୀ ଆଶ୍ରୟସ୍ଥଳକୁ ନେଇଯାଇଛନ୍ତି।

Leave A Reply

Your email address will not be published.