Latest Odisha News

BREAKING NEWS

ହାପି ବର୍ଥ ଡେ’ ଜନ୍

ମୁମ୍ବାଇ : ଆଜି ବଲିଉଡ ହ୍ୟାଣ୍ଡସମ୍ ହଙ୍କ ଜନ୍ ଆବ୍ରାହିମଙ୍କ ବର୍ଥ ଡେ । ୪୮ ବର୍ଷ ବୟସରେ ପାଦ ଥାପିଛନ୍ତି ଜନ୍ । ଏନେଇ ଆଜି ଜନଙ୍କ ପାଖକୁ ବଲିଉଡ୍ ଜଗତରୁ ଶୁଭେଚ୍ଛାର ସୁଅ ଛୁଟିଛି ।ଅନ୍ୟପଟେ ଆଜି ଜନଙ୍କ ବର୍ଥ ଡେ ହୋଇଥିବାରୁ ତାଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଅଫିସ୍ ଫ୍ରଣ୍ଟରେ ପ୍ୟାନଙ୍କ ଭିଡ ଜମିଛି । ଫ୍ୟାନ ମାନେ ବୁକେ ଧରି ଜନଙ୍କ ଅଫିସ ସାମ୍ନାରେ ବହୁ ସମୟ ଧରି ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା ।  ଜନ୍ ଏଥର ଗ୍ରାଣ୍ଡ ବର୍ଥ ଡେ ସେଲିବ୍ରେସନ କରିବେ ବୋଲି ଜଣାପଡିଛି ।

୧୯୭୨ ମସିହା ମହାରାଷ୍ଟ୍ରରେ ଜନ୍ ଜନ୍ମ ହୋଇଥିଲେ । ତାଙ୍କ ବାପା ଜଣେ ଆର୍କିଟେକ୍ ଥିଲେ । ସେ ମଡେଲିଙ୍ଗରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପରେ ୨୦୦୨ ମସିହାରେ ପ୍ରଥମେ ଫିଲ୍ମ ଲାଇନକୁ ଡେବ୍ୟୁ କରିଥିଲେ ଜନ୍ । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଜିସ୍ମ’ ସେଥିରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ବିପାଶା ବସୁ । ପରେ ସେ ୨୦୦୩ ମସିହାରେ ‘ସାୟା’ ଏବଂ ୨୦୦୪ ମସିହାରେ ‘ପାପ’ ଆକ୍ଟିଂ କରିଥିଲେ ।ପରେ ସେ ୨୦୦୪ ରେ ପୁଣି ଧୁମ୍ ରେ ନଜର ଆସିଥିଲେ ।

ଧୁମ୍ ଫିଲ୍ମରେ ନେଗେଟିଭ୍ କ୍ୟାରେକ୍ଟରରେ ଅଭିନୟ କରିଥିଲେ ଜନ୍ । ୨୦୦୫ ରେ ସେ ‘କାଲ’ଏବଂ ‘ଗରମ ମସଲା’ ଫିଲ୍ମରେ ଅଭିନୟ କରିଥିଲେ ।ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବିଜନେସ୍ କରିଥିଲା । ସେପଟେ ନିଜ ଆକ୍ଟିଂ କ୍ୟାରିୟରରେ ଭଲ ଅଭିନୟ କରି ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲେ ଜନ୍ ।ଏନେଇ ଆଜି ଜନଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି ତାଙ୍କ ପ୍ରଶଂସକ ମାନେ ।

Leave A Reply

Your email address will not be published.