Latest Odisha News

BREAKING NEWS

ଆନ୍ଦୋଳନରତ କୃଷକଙ୍କୁ ଗୃହମନ୍ତ୍ରୀଙ୍କ ବାର୍ତ୍ତା, କେନ୍ଦ୍ର ସରକାର ଆଲୋଚନା ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକଙ୍କୁ ବାର୍ତ୍ତା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କହିଛନ୍ତି, ଚାଷୀଙ୍କ ସହ ଆଲୋଚନା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି । କେନ୍ଦ୍ର ସରକାର ଚାଷୀଙ୍କ ପ୍ରତ୍ୟେକ ସମସ୍ୟା ଓ ଦାବି ଉପରେ ବିଚାର କରିବାକୁ ପ୍ରସ୍ତୁତ । ଡିସେମ୍ବର ୩ ତାରିଖରେ ଆଲୋଚନା କରିବାକୁ ଡାକିଛନ୍ତି କୃଷି ମନ୍ତ୍ରୀ । ଗୃହମନ୍ତ୍ରୀ କହିଛନ୍ତି, ଯଦି କୃଷକମାନେ ଚାହୁଁଛନ୍ତି ଡିସେମ୍ବର ୩ ପୂର୍ବରୁ ଆଲୋଚନା ହେଉ ତେବେ ସରକାର ସେଥିପାଇଁ ପ୍ରସ୍ତୁତ ଅଛନ୍ତି ।

ଗୃହମନ୍ତ୍ରୀଙ୍କ ଅପିଲ ଉପରେ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଆଲୋଚନା ପାଇଁ ସର୍ତ୍ତ ରଖାଯାଇଛି । ଆମେ ନିସର୍ତ୍ତ ଆଲୋଚନା ଚାହୁଁଛୁ । ତେବେ ଗୃହମନ୍ତ୍ରୀଙ୍କ ବାର୍ତ୍ତା ନେଇ ଆସନ୍ତାକାଲି ସକାଳେ ଆଲୋଚନା ହେବା ପରେ ନିଷ୍ପତ୍ତି ନିଆଯିବ । ସରକାରଙ୍କୁ କୃଷି ଆଇନ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି କୃଷକ । ପଞ୍ଜାବ ସୀମାରୁ ଦିଲ୍ଲୀ ହରିୟାଣା ସୀମା ପର୍ଯ୍ୟନ୍ତ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । କୃଷକମାନେ ଦିଲ୍ଲୀ ଜନ୍ତରମନ୍ତରରେ ଆନ୍ଦୋଳନ କରିବାକୁ ଚାହୁଁଛନ୍ତି । ହେଲେ ସରକାର ସେମାନଙ୍କୁ ଦିଲ୍ଲୀର ବୁରାଡି ସ୍ଥିତ ନିରଙ୍କରୀ ଗ୍ରାଉଣ୍ଡରେ ଆନ୍ଦୋଳନ ପାଇଁ ଅନୁମତି ଦେଇଛନ୍ତି । ଏଥିରେ କୃଷକମାନେ ରାଜି ହୋଇନାହାନ୍ତି ।

 

Leave A Reply

Your email address will not be published.