Latest Odisha News

BREAKING NEWS

ରାଜା ହେବ ତ ଏମିତି, ପ୍ରତିବର୍ଷ ନୂତନ ପତ୍ନୀ

ଲୋମ୍ବାମ୍ବା: ଆଗକାଳରେ ଯୁଗରେ ରାଜାମାନେ ରାଜକୀୟ ଜୀବନ କାଟୁଥିଲେ । ସେ ସମୟରେ ସେମାନେ ଏକାଧିକ ପତ୍ନୀଙ୍କ ସହ ରହୁଥିଲେ । ତେବେ ଆଜିକାଲି ଯୁଗରେ ମଧ୍ୟ ଏ ଭଳି ଜୀବନ ବିତାଉଛନ୍ତି ସ୍ୱାଜିଲାଣ୍ଡ ରାଜା ମାସ୍ୱାତି ୩ । ବର୍ତମାନ ସୁଦ୍ଧା ତାଙ୍କର ୧୫ ପତ୍ନୀ ଅଛନ୍ତି । ଜଣେ ମୃତ୍ୟୁବରଣ କରିଛନ୍ତି । ସେଠାକାର ନିୟମ ଅନୁସାରେ ପ୍ରତି ବର୍ଷ ନୁତନ ପତ୍ନୀ ସେ ଚୟନ କରୁଛନ୍ତି । ଅବିବିବାହିତ କନ୍ୟାମାନଙ୍କ ଏକ ପ୍ୟାରେଡ କରାଯାଇଥାଏ । ରାଜା ସେମାନଙ୍କ ମଧ୍ୟରୁ ଜଣଙ୍କୁ ପତ୍ନୀ ଭାବେ ବାଛନ୍ତି । ଯଦି କୌଣସି କନ୍ୟା ଲୁଚି କରି ରହିଯାଇଥାଏ ତାହାହେଲେ ତାଙ୍କୁ କଠୋର ଦଣ୍ଡ ଦିଆଯାଇଥାଏ ।

ନିକଟରେ କରୋନା ଭାଇରସ ସମୟରେ ସେ ଅସୁସ୍ଥ ଥିବା କଥା ପ୍ରଚାର ହୋଇଥିଲା । ମାତ୍ର ଏହା ଗୁଜବ ବୋଲି ଜଣାପଡିଥିଲା । ପତ୍ନୀମାନଙ୍କ ପାଇଁ ସେ ୧୧୯ କୋଟି ଟଙ୍କାର ଲକ୍ସରୀ କାର କିଣିଛନ୍ତି । ରିପୋର୍ଟି ମୁତାବକ ଏବେ ତାଙ୍କ ପାଖରେ ୧୪୩୪ କୋଟି ଟଙ୍କାର ସମ୍ପତି ରହିଛି । ଥରେ ସେ ସ୍ୱାଜିଲାଣ୍ଡର ନାମ ବଦଳାଇ ଇସ୍ୱାତିନି କରି ଦେଇଥିଲେ ।

Leave A Reply

Your email address will not be published.