Latest Odisha News

BREAKING NEWS

କୃଷି ଋଣ ଛାଡ଼ ଓଡ଼ିଶାକୁ ଦେବାଳିଆ କରିଦେବ: ନବୀନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଗଣମାଧ୍ୟମକୁ କହିଛନ୍ତି, କୃଷି ଋଣ ଛାଡ଼ ଓଡ଼ିଶା ସରକାରକୁ ଦେବାଳିଆ କରିଦେବ ।

“ରାଜ୍ୟରେ ୩୨ ଲକ୍ଷ କୃଷକ ପରିବାର ରହିଛନ୍ତି, ସେଥିମଧ୍ୟରୁ ୨୦ ଲକ୍ଷ ଚାଷୀ ଋଣ ନେଇଥାଆନ୍ତି । ଏଥିରୁ ୬୦ ପ୍ରତିଶତ ଋଣ ପରିଶୋଧ କରିଥାଆନ୍ତି । ଏଣୁ ଋଣ ଛାଡ଼ କରିଦେଲେ ସମସ୍ତ ଚାଷୀ ଉପକୃତ ହେବେନାହିଁ । ବରଂ ମାତ୍ର ୮ ଲକ୍ଷ ଚାଷୀ ଉପକୃତ ହେବେ,”ବୋଲି କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

କଂଗ୍ରେସ ଋଣ ଛାଡ଼ କରିବା ଘୋଷଣା ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଅତୀତରେ କଂଗ୍ରେସ ଶାସନରେ ରାଜ୍ୟର ଆର୍ଥିକ ସ୍ଥିତି କିପରି ଶୋଚନୀୟ ହୋଇପଡ଼ିଥିଲା ତାହା ସମସ୍ତେ ଜାଣନ୍ତି ।

“କୃଷି ଋଣ ଛାଡ଼ ନେଇ କଂଗ୍ରେସ ଯେଉଁ ଦାବି କରୁଛି, ଏହା ଓଡ଼ିଶାକୁ ଦେବାଳିଆ କରିଦେବ । ଯାହାକି ପୂର୍ବରୁ କଂଗ୍ରେସ ଶାସନରେ ଥିବା ସମୟରେ ଘଟିଥିଲା । କିନ୍ତୁ ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଯେଉଁ ନିଷ୍ପତ୍ତି ହୋଇଛି ତାହା ଦ୍ୱାରା ରାଜ୍ୟର ସମସ୍ତ କୃଷକମାନଙ୍କର ହିତ ସାଧନ ହେବ । ସମସ୍ତ କୃଷକ ମାନଙ୍କ ଲାଗି ଯେଉଁ ପ୍ୟାକେଜ୍ ଘୋଷଣା ହୋଇଛି ଏଥିରେ ଋଣଗ୍ରସ୍ତ ଚାଷୀଙ୍କ ସମେତ ସମସ୍ତ ପ୍ରକାର ଚାଷୀ ବେଶ୍ ଉପକୃତ ହୋଇପାରିବେ,”ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.