Latest Odisha News

BREAKING NEWS

ଦୁଇ ଦିନ ହେବ ରାଜରାସ୍ତା ଚାଷୀଙ୍କ ଧାରଣା, ଏଯାଏଁ ହେଉନି ସମାଧାନ

ଗଞ୍ଜାମ: ବଢ଼ୁଛି ଚାଷୀଙ୍କ ଅସନ୍ତୋଷ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବୁରୁଝରୀରେ ଦୁଇଦିନ ହେବ ରାଜରାସ୍ତାରେ ବସି ରହିଛନ୍ତି ଚାଷୀ । ହେଲେ କୌଣସି ସମାଧାନ ହୋଇପାରୁନି । ଯାହାକୁ ନେଇ ତେଜୁଛି ଅସନ୍ତୋଷ । ଦୁଇଦିନ ହେବ ଧାନବସ୍ତା ରାଜରାସ୍ତା ଉପରେ ରଖି ଭୋକ ଉପାସରେ ଚାଷୀ ବସିଥିବାବେଳେ ଏଯାଏଁ କୌଣସି ପ୍ରଶାସନିକ ଅଧିକାରୀ ଆସି ପହଞ୍ଚି ନଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଏପଟେ ଦୁଇ ଦିନରେ ଟୋକନ ଅବଧି ସରିଯାଉଛି । ହେଲେ ଏଯାଏଁ ମିଲର ଧାନ ନେଉନାହାନ୍ତି । ଧାନ କିପରି ବିକ୍ରି ହେବ ସେ ନେଇ ଚିନ୍ତାରେ ପଡ଼ିଛି ଚାଷୀ । ସେପଟେ ସୁମଣ୍ଡଳଠାରେ ମଧ୍ୟ ଚାଷୀ ରାସ୍ତା ଅବରୋଧ କରିଥିବା ସୂଚନା ରହିଛି । ଚାଷୀଙ୍କ ସମସ୍ୟା ଦୂର ନହେଲେ ଆଗାମୀ ଦିନରେ ଭୋଟ୍ ବର୍ଜନ କରିବେ ବୋଲି ଚେତାବନୀ ଦେଇଛି ଚାଷୀ ।

Comments are closed, but trackbacks and pingbacks are open.