Latest Odisha News

BREAKING NEWS

ନଷ୍ଟ ହୋଇଗଲା ଫସଲ, ଚିନ୍ତାରେ ବିଷ ପିଇଲେ ଚାଷୀ

ଯାଜପୁର: ଫସଲ ନଷ୍ଟ ହେବା କାରଣରୁ ଚିନ୍ତାରେ ପଡିଲେ ଚାଷୀ । କୌଣସି ବାଟ ନ ପାଇ ଶେଷରେ ନେଲେ ଚରମ ନିଷ୍ପତି । ବିଲ ମଝିରେ ବିଷ ପିଇ କଲେ ଆତ୍ମହତ୍ୟା । ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବାଜବାଟି ମୌଜାରେ ।

ସୂଚନା ଅନୁସାରେ, ବାଜବାଟି ଗ୍ରାମର ନିତ୍ୟାନନ୍ଦ ପରିଡା ତାଙ୍କ ୨ଏକର ଜମିରେ ଋଣ କରି ଧାନଚାଷ କରିଥିଲେ । ସ୍ୱଳ୍ପ ବୃଷ୍ଟିପାତ ସାଙ୍ଗକୁ ଧାନଜମି କଡରେ ଥିବା ଗଭୀର କଳାପଥର ଖାଦାନ କାରଣରୁ ଜମିରେ ପାଣି ନରହି ଖାଦାନକୁ ବୋହିଯିବା ଫଳରେ ଚାଷଜମି ଶୁଷ୍କ ହୋଇ ଧାନଫସଲ ପ୍ରଭାବିତ ହୋଇଛି । ଶନିବାର ପୁର୍ବାହ୍ନରେ ନିତ୍ୟାନନ୍ଦ ଧାନ ଜମିରେ କୀଟନାଶକ ପକାଇବା ପାଇଁ ଯାଇଥିବା ବେଳେ ଧାନଫସଲ ନଷ୍ଟ ହୋଇଥିବା ଦେଖି ସେ ସେହିଠାରେ ବିଷ ପିଇଦେଇ ଟଳିପଡିଥିଲେ । ସ୍ଥାନୀୟ ଲୋକେ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଘଟଣାଟି ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

Leave A Reply

Your email address will not be published.