Latest Odisha News

BREAKING NEWS

ଅଗଷ୍ଟ ମାସରେ ଚାଷୀଙ୍କୁ ମିଳିବ ଅଧିକ ୟୁରିଆ ସାର: ମନ୍ତ୍ରୀ

ଭୁବନେଶ୍ୱର: ଅଗଷ୍ଟ ମାସରେ ଖରିଫ ଚାଷ ନିମନ୍ତେ ଅଧିକ ୟୁରିଆ ସାର ଆବଶ୍ୟକ ପଡୁଥିବାରୁ ଅଧିକ ୟୁରିଆ ସାର ଯୋଗାଇବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେଉଛନ୍ତି । ଚଳିତବର୍ଷ ମାର୍କଫେଡ୍ ପକ୍ଷରୁ ଏଯାଏ ୩୦ଟି ଜିଲ୍ଲାର ୨୦୮୧ଟି ପ୍ୟାକସ ଏବଂ ଲ୍ୟାମ୍ପସକୁ ୧ ଲକ୍ଷ ୧୭ ହଜାର ୫୫୦ ମାଟ୍ରିକ ଟନ୍ ୟୁରିଆ ସାର ଯୋଗାଇ ଦିଆଯାଇଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।

ଗତବର୍ଷ ଅଗଷ୍ଟ ୩୧ ତାରିଖ ସୁଦ୍ଧା ୧ ଲକ୍ଷ୪୨ ହଜାର ୫୩୭ ମେଟ୍ରିକ ଟନ୍ ଏବଂ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୧ ଲକ୍ଷ ୬୭ ହଜାର ୮୪୪ ମେଟ୍ରିକ ଟନ୍ ୟୁରିଆ ସାର ମାର୍କଫେଡକୁ ଦିଆଯାଇଛି । ଓଡିଶାରେ ମାର୍କଫେଡ୍ ୩୧ ଜୁଲାଇ ୨୦୨୦ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ୧ ଲକ୍ଷ ୫୦ ହଜାର ଟନ୍ ୟୁରିଆ ସାର ପ୍ରାପ୍ତ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.