Latest Odisha News

BREAKING NEWS

ସଚିନଙ୍କୁ ଶରଦ ପାଓ୍ଵାରଙ୍କ ଉପଦେଶ : ନିଜ କ୍ଷେତ୍ରଠୁ ଅଲଗା ବିଷୟରେ କହିବା ବେଳେ ସାବଧାନ ରୁହନ୍ତୁ

ମୁମ୍ବାଇ : କୃଷି ଆଇନ୍କୁ ପ୍ରତ୍ୟାହାର କରିବା ଦାବିରେ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ଏହାକୁ ଦେଶରେ ମାହୋଲ ସରଗରମ ଥିବା ବେଳେ, ଚାଲିଛି ଟ୍ବିଟର ଓ୍ବାର । ଏହି ଟ୍ଵିଟ୍‌ ଓ୍ଵାରରେ କ୍ରିକେଟ୍‌ର ଏବଂ ଅଭିନେତା-ଅଭିନେତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ତେବେ ଚାଷୀ ଆନ୍ଦୋଳନକୁ ସଚିନ ତେନ୍ଦୁଲକର ଟ୍ଵିଟ୍ କରି କହିଥିଲେ ଯେ, କୃଷକ ଆନ୍ଦୋଳନରେ ବାହ୍ୟ ଶକ୍ତିକୁ ଦଖଲ ଦେବା ଉଚିତ୍ ନୁହେଁ । ସଚିନ ତେନ୍ଦୁଲକରଙ୍କ ଏହି ଟ୍ଵିଟ୍‌ ଏବେ ରାଜନୀତି ମହଲକୁ ଉଷ୍ମ କରିଦେଇଛି । ଏହାକୁ ନେଇ ଏନସିପି ସଭାପତି ଶରଦ ପାଓ୍ଵାର ସଚିନଙ୍କୁ ନିଜ କ୍ଷେତ୍ର ଛାଡି କୌଣସି ଅଲଗା ବିଷୟରେ କହିବା ବେଳେ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି ।

ପୁଣେରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ସଚିନ ତେନ୍ଦୁଲକର ଓ ଲତା ମଙ୍ଗେସକର କୃଷକ ଆନ୍ଦୋଳନକୁ ନେଇ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖିଥିଲେ ଶରଦ ପାଓ୍ବାର । ସେ କହିଛନ୍ତି ଯେ, କୃଷକ ଆନ୍ଦୋଳନକୁ ବଦନାମ କରିବା ପାଇଁ କ୍ଷମତାସୀନ ସରକାର ଚେଷ୍ଟା ଚଳାଇ ଆସିଛନ୍ତି । ତେବେ କୃଷକମାନଙ୍କୁ ବଦନାମ କରିବା ଠିକ୍ ନୁହେଁ ବୋଲି ପାଓ୍ବାର କହିଛନ୍ତି ।

Leave A Reply

Your email address will not be published.