Latest Odisha News

BREAKING NEWS

ସାର ପାଇଁ ‘ପଥର ଓ ଆଧାର’ ଧାଡି

ସୁନ୍ଦରଗଡ଼: ସାର ପାଇଁ ଅଫିସ ସାମ୍ନାରେ ଆଧାର କାର୍ଡ ରଖି ଚାଷୀଙ୍କ ଲମ୍ବା ଲାଇନ। ରାତି ଅନିଦ୍ରା ହୋଇ ପଥର ଓ ଆଧାର କାର୍ଡ ରଖି ଚାଷୀଙ୍କ ଲମ୍ବା ଧାଡି। ସୁନ୍ଦରଗଡ RCMSରେ ପଞ୍ଜିକୃତ ଚାଷୀଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି। ଚଳିତ ବର୍ଷ ଚାଷ ଆରମ୍ଭରୁ ସାର ଘୋର ଅଭାବ ଦେଖିବାକୁ ମିଳିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରର ଅଭାବ ସୃଷ୍ଟି ହୋଇଥିବା କୁହାଯାଉଛି । ଚାଷୀ ତଳି ରୁଆ ସାରି ଏବେ ୟୁରିଆ ଓ ଡିଏପି ସାର ଅପେକ୍ଷାରେ ରହିଛି । ଅନ୍ୟପଟେ ଖୋଲାବଜାରରେ ସାର ମିଳୁନଥିବାରୁ ସମବାୟ ସଂସ୍ଥାମାନଙ୍କ ଭରସାରେ ଚାଷୀ ରହିଛନ୍ତି ।

ଆଜି ସୁନ୍ଦରଗଡ଼ ଆରସିଏମଏସରେ ୬୦ ଜଣ ପଞ୍ଜିକୃତ ଚାଷୀଙ୍କୁ ସାର ଦେବାର ବ୍ୟବସ୍ଥା କରାଯାଇଥିବା ବେଳେ ଏହି ଖବର ପାଇ କିଏ ରାତି ୨ ଟା ରୁ ତ ଆଉ କିଏ ରାତି ୩ ଟା ରୁ ପଥର, କାଗଜ, ଜରି ବ୍ୟାଗ ପକାଇ ଲାଇନରେ ସାର ପାଇଁ ଅପେକ୍ଷା କରିଛନ୍ତି । ୧୦ଟା ରେ ଖୋଲିବ କେନ୍ଦ୍ର ହେଲେ ରାତି ଅନିଦ୍ରା ରହି ସାର ପାଇଁ ଚାଷୀ କସରତ କରୁଛି ।

Leave A Reply

Your email address will not be published.