Latest Odisha News

BREAKING NEWS

ମହାନଦୀରେ ଡଙ୍ଗା ବୁଡି ଘଟଣା; ବାପା ମୃତ, ପୁଅ ନିଖୋଜ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀରେ ଡଙ୍ଗା ବୁଡି ବାପ ମୃତ ଓ ପୁଅ ନିଖୋଜ । ବିନିକା ସହରର ସୁଲେମାନ ଖାଁଙ୍କ ପରିବାରର ତିନିଜଣ ସଦସ୍ୟ ମହାନଦୀ ମଝୀରେ ଥିବା ବାଇକାନୀ ମନ୍ଦିରକୁ ଡଙ୍ଗା ଯୋଗେ ବୁଲିବାକୁ ଯାଇଥିଲେ ।ସଂନ୍ଧ୍ୟାରେ ଫେରବା ସମୟରେ ଡଙ୍ଗାଟି ବୁଡି ଯାଇଥିଲା ।

ବିନିକାର ସୁଲେମାନ ତାଙ୍କ ପୁଅ ଝିଅ ଓ ପଡୋଶୀ ଘରର ଏକ ମିହିର ନାମକ ପୁଅକୁ ଧରି ମହାନଦୀ ଭିତରେ ଚାଲିଥିବା ବାଇକାନି ମନ୍ଦିରକୁ ବାଇକାନି ଯାତ୍ରା ଦେଖିବାକୁ ଯାଇଥିଲେ l ସେମାନେ ଯାତ୍ରା ଦେଖି ଯାଇଥିବା ସମୟରେ ମହାନଦୀ ଉପରେ ତିଆରି ହୋଇଥିବା ବ୍ରିଜର ଏକ ପିଲରରେ ପିଟି ହୋଇ ଡଙ୍ଗା ଓଲଟି ପଡ଼ିଥିଲା l ଡଙ୍ଗାରେ ଥିବା ନାଉରୀ ମିହିର ଓ ସୁଲେମାନଙ୍କ ଝିଅଙ୍କୁ ଆଣି କୂଳରେ ଛାଡି ସେଠାରୁ ଚାଲିଯାଇଥିଲେ l

ସୁଲେମାନ ଖାନ ପୁଅ ଅଜଲାନ ଖାନକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲେ l କିନ୍ତୁ ସେହି ସ୍ଥାନରେ ପାଣି ଅଧିକ ଥିଲା । ପହଁରା ଜାଣି ନଥିବାରୁ ପୁଅକୁ ଆଣିବା ସମୟରେ ସେ ବୁଡିଯାଇଥିଲେ l ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବା ପରେ ସୁଲେମାନକୁ ପାଇଥିଲେ। ତାଙ୍କୁ ବିନିକା ଡାକ୍ତରଖାନାକୁ ଆଣିଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ବିନିକା ଦମକଳ ବାହିନୀ ମହାନଦୀରେ ବୁଡିଥିବା ସୁଲେମାନଙ୍କ ପୁଅକୁ ଖୋଜୁଥିବା ସୁଚନା ମିଳିଛି।

Leave A Reply

Your email address will not be published.