Latest Odisha News

BREAKING NEWS

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମିଳିବ ଟ୍ୱିଟର ବ୍ଲୁ ଟିକ୍

ନୂଆଦିଲ୍ଲୀ: ଟ୍ୱିଟର ବର୍ତ୍ତମାନ ଆଇଫୋନ୍ ପରେ ପରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ବ୍ଲୁ ସବସ୍କ୍ରିପସନ୍ ଘୋଷଣା କରିଛି । ବର୍ତ୍ତମାନ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମଧ୍ୟ ବ୍ଲୁ ଟିକ୍ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି ବୁଧବାର ଦିନ କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ଏହା ପାଇଁ ମାସକୁ  ପ୍ରାୟ ୯୦୦ ଟଙ୍କା ଦେବାକୁ ପଡ଼ିବ । ପ୍ରଥମେ ଟ୍ୱିଟର ଗତ ବର୍ଷ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ଦେୟଯୁକ୍ତ ବ୍ଲୁ ସବସ୍କ୍ରିପସନ୍ ଆରମ୍ଭ କରିଥିଲା  ।

ବ୍ଲୁ ଟିକ୍ ପାଇଁ ଦେବାକୁ ପଡିବ ଟଙ୍କା 

ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ କହିଛନ୍ତି ଯେ, କମ୍ପାନୀ ଚଳାଇବା ପାଇଁ ସେ କେବଳ ବିଜ୍ଞାପନଦାତାଙ୍କ ଉପରେ ନିର୍ଭର କରିପାରିବେ ନାହିଁ।  ପରେ ଗତ ବର୍ଷ ଟ୍ୱିଟରର ଆୟ ବୃଦ୍ଧି ପାଇଁ ଏହାକୁ ବ୍ୟବହାର କରାଯାଇଥିଲା । ଆଗରୁ ରାଜନେତା, ସେଲିବ୍ରିଟି, ସାମ୍ବାଦିକ ତଥା ଅନ୍ୟାନ୍ୟ ଜନପ୍ରତିନିଧିଙ୍କ ପାଇଁ ଟ୍ୱିଟର ବ୍ଲୁ ମାର୍କ ମାଗଣା ଥିଲା, କିନ୍ତୁ ବର୍ତ୍ତମାନ ବ୍ଲୁ ଟିକ୍ ରଖିବାକୁ ହେଲେ ଦେୟ ଦେବାକୁ ପଡିବ ।

ଟ୍ୱିଟର ନିଜର ୱେବସାଇଟରେ ପ୍ରକାଶ କରିଛି ଯେ, ଗୁଗୁଲର ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ଟ୍ୱିଟର ବ୍ଲୁ  ମାର୍କକୁ ମାସିକ ସବସ୍କ୍ରିପସନ୍ ୧୧ ଡଲାର ବା ୯୦୦ ଟଙ୍କାରେ କିଣି ପାରିବେ, ଯାହା ଆପଲର ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ସମାନ ରହିଛି।  ଏହା ସହ  ଟ୍ୱିଟର ବ୍ଲୁ ସବସ୍କ୍ରିପସନର ବାର୍ଷିକ ମୂଲ୍ୟ ୮୪ ଡଲାର ବା ୬,୮୦୦ ଟଙ୍କା ରହିଛି । ଅର୍ଥାତ୍ ବର୍ଷେ ପାଇଁ ଦେୟ ଉପରେ ରିହାତି ଦିଆଯାଇଛି । ବର୍ତ୍ତମାନ ଏହା କେବଳ ଆମେରିକା, କାନାଡା, ବ୍ରିଟେନ, ଜାପାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ଆଦି ଦେଶର ୱେବ୍ ବ୍ୟବହାରକାରୀଙ୍କ ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି।

ଟ୍ୱିଟର ବ୍ଲୁ ସବସ୍କ୍ରିପସନରେ  ଉପଲବ୍ଧ ସୁବିଧା

ପେଡ୍ ସବସ୍କ୍ରିପସନ୍ ନେଇଥିବା ଉପଭୋକ୍ତାମାନେ, 1080 ପିକ୍ସଲ ଭିଡିଓ ଅପଲୋଡ୍, ରିଡର୍ ମୋଡ୍ ଏବଂ ବ୍ଲୁ ଟିକର ସୁବିଧା ପାଇବେ । କମ୍ପାନୀ ଏହାର ପୁରୁଣା ଯାଞ୍ଚ ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ କରିଛି । କମ୍ପାନୀର କହିବାନୁସାରେ, ପୁରୁଣା ବ୍ଲୁ ଟିକ୍ ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କର ବ୍ଲୁ ଟିକ୍ ରଖିବା ପାଇଁ କିଛି ମାସ ସମୟ ଦିଆଯିବ ତାହା ମଧ୍ୟରେ ସେମାନଙ୍କୁ ବ୍ଲୁ ଟିକ୍ ସବସ୍କ୍ରିପସନ୍ ନେବାକୁ ପଡ଼ିବ ।

Leave A Reply

Your email address will not be published.