Latest Odisha News

BREAKING NEWS

ଅବସର ଘୋଷଣା କଲେ ଟେନିସ ଷ୍ଟାର ଫେଡେରର

ଲଣ୍ଡନ: ସୁଇଜରଲାଣ୍ଡର ଷ୍ଟାର ଟେନିସ ଖେଳାଳି ରୋଜର ଫେଡେରର ଆଜି ତାଙ୍କ ଅବସର ଘୋଷଣା ନେଇ ସୂଚନା ଦେଇଛନ୍ତି । ଆସନ୍ତା ସପ୍ତାହରେ ଲଣ୍ଡନରେ ହେବାକୁ ଥିବା ଲ୍ୟାଭର କପ ତାଙ୍କ କ୍ୟାରିୟରର ଶେଷ ଏଟିପି ଇଭେଂଟ ହେବ ବୋଲି କହିଛନ୍ତି । ଏହି ଅବସରରେ ସେ ତାଙ୍କ ପ୍ରଶଂସକ ଏବଂ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଧନ୍ୟବାଦ ଦେଇଛନ୍ତି । ମୋତେ ଏବେ ୪୧ ହେଲା, ଏଥର ଏହି ଯାତ୍ରାକୁ ଶେଷ କରିବାକୁ ପଡିବ । ବହୁତ ଭାବି ଚିନ୍ତି ଏହି ନିଷ୍ପତି ନେଇଛି ବୋଲି ସେ କହିଛନ୍ତି । ୨୪ ବର୍ଷ କ୍ୟାରିୟର ମଧ୍ୟରେ ମୁଁ ୧୫୦୦ରୁ ଊର୍ଦ୍ଧ୍ୱ ମ୍ୟାଚ ଖେଳି ସାରିଛି । ମୁଁ ସ୍ୱପ୍ନରେ ସୁଦ୍ଧା ଏହି ସଫଳତା ପାଇବି ବୋଲି ଭାବି ନ ଥିଲି ।

ଫେଡେରର ତାଙ୍କ ସଫଳ କ୍ୟାରିୟରର ଶ୍ରେୟ ପତ୍ନୀ ମିର୍କା ଏବଂ ବାପାମାଆଙ୍କୁ ଉତ୍ସର୍ଗ କରିଛନ୍ତି । ଏଟିପି ର‌୍ୟାଙ୍କିଙ୍ଗର ୨୩୭ ସପ୍ତାହ ଶୀର୍ଷ ସ୍ଥାନରେ ରହି ସେ ରେକର୍ଡ କରିଥିଲେ । ଫେଡେରର ଓଭରାଲ୧୦୩ ଏଟିପି ଓ ୨୦ ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିଛନ୍ତି । ଯାହାକି ଅନେକଙ୍କ ପାଇଁ ସ୍ୱପ୍ନ ସଦୃଶ । ସେହିପରି ୮ ଥର ୱିମ୍ବେଲଡନ ଓ ୫ ଥର ୟୁଏସ ଓପନ ଜିତି ସେ ନୂତନ କୀର୍ତିମାନ ସ୍ଥାପନ କରିଥିଲେ । ୨୦୦୮ ଓ ୨୦୧୨ ଅଲିମ୍ପିକ୍ସରେ ସେ ନିଜ ଦେଶ ପାଇଁ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ ।

Leave A Reply

Your email address will not be published.