Latest Odisha News

BREAKING NEWS

ଶ୍ରୀକ୍ଷେତ୍ରର ପ୍ରାଚୀନ ଐତିହ୍ୟ ସଂରକ୍ଷଣ ପାଇଁ ଶିକ୍ଷାବିତ ଓ ଗବେଷକଙ୍କ ଆହ୍ୱାନ୍‌

ପୁରୀ: ଐତିହ୍ୟ ସଂରକ୍ଷଣ ପରିଷଦ ତରଫରୁ ପୁରୀରେ ପୁରସ୍ତମ ଐତିହ୍ୟ ଆଳାପ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲାବେଳେ ପରିଷଦର ସଭାପତି ବିଭୂପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ରର ପ୍ରାଚୀନ ଐତିହ୍ୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ତଥ୍ୟ ଭିତ୍ତିକ ଗବେଷଣା କରିବା ନେଇ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ଅନନ୍ତ ତିଆଡି ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିଭଳି ଗବେଷକ ଡଃ ଶ୍ରୀନିବାସ ଆଚାର୍ଯ୍ୟ, ଶିକ୍ଷାବିତ୍ ଶ୍ରୀଧେଶ୍ୱର ମହାପାତ୍ର ଓ ଗବେଷକ ସୁରେନ୍ଦ୍ର କୁମାର ମିଶ୍ର ଆଲୋଚନାର ଅନ୍ୟତମ ଅତିଥି ଭାବେ ସାମିଲ ହୋଇଥିଲେ ।

ପ୍ରଶାସନିକ ଅବହେଳା ଯୋଗୁଁ ଶ୍ରୀକ୍ଷେତ୍ରର ପ୍ରାଚୀନ ଐତିହ୍ୟ (ପୁରୀର ଚାରି ଆଶ୍ରମ, ତୀର୍ଥ ପୁଷ୍କରିଣୀ) ନଷ୍ଟ ହେବାକୁ ବସିଛି । ଏହାର ସୁରକ୍ଷା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସମେତ ବିଭିନ୍ନ ସଙ୍ଗଠନ ଆଗେଇ ଆସିବାକୁ ନିମନ୍ତ୍ରିତ ଅତିଥୀ ଓ ପରିଷଦର ସଭାପତି ଆହ୍ୱାନ୍ ଦେଇଥିଲେ ।

Leave A Reply

Your email address will not be published.