Latest Odisha News

BREAKING NEWS

‘ଓଡିଶା ରସଗୋଲା’କୁ ମିଳିଲା ଜିଆଇ ମାନ୍ୟତା

ଭୁବନେଶ୍ୱର: ପରିଶେଷରେ ‘ଓଡିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିଛି ।

ଏସମ୍ପର୍କୀତ ଏକ ପ୍ରମାଣ ପତ୍ର ଓଡିଶା ରସଗୋଲାକୁ ସୋମବାର ଦିନ ପ୍ରଦାନ କରାଯାଇଛି । ଏହା ଫେବୃଆରୀ ୨୨, ୨୦୨୮ ପର୍ଯ୍ୟନ୍ତ ଏହି ମାନ୍ୟତା ବଳବତ୍ତର ରହିବ । ଏହାକୁ ନେଇ ଓଡିଶା ରସଗୋଲା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ଏହି ଓଡିଶା ରସଗୋଲାର ପଞ୍ଜିକରଣ ଜିଆଇ ଆବେଦନ ଲାଗି ଆବେଦନ ପତ୍ର ନଂ-୬୧୨ରେ ‘ଓଡିଶା ରସଗୋଲା’ ୨୯ ଓ ୩୦ ନଂ ଶ୍ରେଣୀରେ ରହିଛି । ଏହା ଭୌଗଳିକ ଚିହ୍ନିତ ବସ୍ତୁ (ସୁରକ୍ଷା ଓ ପଞ୍ଜିକରଣ) ଆକ୍ଟ ୧୯୯ ଅନୁଯାୟୀ ଆବେଦନ କରାଯାଇଥିଲା ।

ରାଜ୍ୟ ସରକାରଙ୍କ ଏମଏସଇ ବିଭାଗ ଅନ୍ତର୍ଗତ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଲିମିଟେଡ (ଓଏସଆଇସି) ଦ୍ୱାରା ‘ଓଡିଶା ରସଗୋଲା’ ଲାଗି ପୂର୍ବରୁ ଜିଆଇ ଆବେଦନ କରାଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗର ‘ବାଂଲାର ରସୋଗୋଲା’କୁ ନଭେମ୍ବର ୨୦୧୭ରେ ଜିଆଇ ମାନ୍ୟତା ମିଳିଥିଲା ।

Leave A Reply

Your email address will not be published.