Latest Odisha News

BREAKING NEWS

ପାକିସ୍ତାନ ସେନାର ବିମାନ ଦୁର୍ଘଟଣାଗ୍ରସ୍ତ, ୧୨ରୁ ଅଧିକ ମୃତ

ରାୱଲପିଣ୍ଡି: ପାକିସ୍ତାନର ରାୱଲପିଣ୍ଡିଠାରେ ମଙ୍ଗଳବାର ଦିନ ପାକିସ୍ତାନ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଏହି ଦୁର୍ଘଟଣା ଫଳରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ୫ ଜଣ ଯବାନ ରହିଥିବା ନେଇ ଜଣାପଡିଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ରାୱଲପିଣ୍ଡିର କାଲୁ ଗ୍ରାମ ନିକଟରେ ଏକ ଜନବସତି ମଧ୍ୟ ଦେଇ ବିମାନଟି ଯାଉଥିବାବେଳେ କୌଣସି କାରଣବଶତଃ ଦୁର୍ଘଟଣାଗସ୍ତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବିମାନରେ ନିଆଁ ଲାଗିଯାଇଥିଲା ।

ତେବେ ବିମାନଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିୟୋଜିତ ଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ନେଇ ପାକିସ୍ତାନ ସେନା ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.