Latest Odisha News

BREAKING NEWS

ନିର୍ମଳାଙ୍କ ପୋଷ୍ଟ ବଜେଟ ଆଲୋଚନା: ୫୦ ବର୍ଷ ବିନା ସୁଧରେ ଋଣ ପାଇବେ ରାଜ୍ୟ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ।   ଭୁବନେଶ୍ୱ ଗସ୍ତରେ ବଜେଟ ଉପରେ ଆଲୋଚନା କରିଛନ୍ତି । ହୋଟେଲ ‘ମେ ଫେୟାର’ରେ ଆୟୋଜିତ ପୋଷ୍ଟ ବଜେଟ ଆଲୋଚନା ଚକ୍ରରେ ଭାଗ ନେଇ ନିର୍ମଳା କହିଛନ୍ତି, ୨୦୨୩-୨୪ ବଜେଟ ଅମୃତକାଳର ପ୍ରଥମ ବଜେଟ। ଏଥିରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ପାଇଁ ୧୦ ଲକ୍ଷ କୋଟି ବ୍ୟୟବରାଦ ହୋଇଛି। ରାଜ୍ୟଗୁଡ଼ିକ ଲାଗି ୫୦ ବର୍ଷ ଲାଗି ବିନା ସୁଧରେ ଋଣ ବ୍ୟବସ୍ଥା କରାଯାଇଛି ।

ୟୁପିଏ ଓ ଏନଡିଏ ସରକାରର ଏକ ତୁଳନାତ୍ମକ ଚିତ୍ର ଦେଇ  ନିର୍ମଳା  କହିଛନ୍ତି, ୨୦୨୩ ବଜେଟରେ ଅନୁସୂଚିତ ଜାତି ଓ ଜନଜାତି ତଥା ଆଦିବାସୀଙ୍କ ବିକାଶ ଲାଗି ବଜେଟରେ ଗୁରୁତ୍ବ ଦିଆଯାଇଛି। ବଜେଟରେ ମନରେଗା ପାଇଁ ଅନୁଦାନ ହ୍ରାସ ପାଇନି । ଆବାସ ଯୋଜନା, ହର ଘର୍ ନଲ ଆଦି ଯୋଜନାରୁ ସେମାନଙ୍କୁ ବହୁତ ଫାଇଦା ମିଳିବ।   ଦେଶର ସବୁ ଅଞ୍ଚଳର ବିକାଶକୁ ଗୁରୁତ୍ଵ ଦେଇ ପ୍ରସ୍ତୁତ ହୋଇଛି ଏହି ବଜେଟ  । ୫୦୦ ଆକାଙ୍କ୍ଷୀ ବ୍ଳକ୍ ଚିହ୍ନଟ  କରାଯାଇ ସେସବୁ ଅଞ୍ଚଳରେ ମୌଳିକ ସୁବିଧା ଓ ଭିତ୍ତଭୂମି ବିକାଶକୁ ଗୁରୁତ୍ଵ ଦିଆଯିବ।

Leave A Reply

Your email address will not be published.