Latest Odisha News

ବଦଳି ଆଦେଶକୁ ମାନୁ ନଥିବା ଅଧିକାରୀଙ୍କ ପାଇଁ ଅର୍ଥ ବିଭାଗର କଡା ଆଭିମୁଖ୍ୟ, ଗାଦି ଛାଡ ନଚେତ୍…

ଭୁବନେଶ୍ବର: ବଦଳି ଆଦେଶକୁ ମାନୁ ନଥିବା ଅଧିକାରୀଙ୍କ ପାଇଁ ଅର୍ଥ ବିଭାଗର କଡା ଆଭିମୁଖ୍ୟ । ଆଜି ସୁଦ୍ଧା ନୂଆ ସ୍ଥାନରେ ଯୋଗ ନଦେଲେ ଆସନ୍ତାକାଲିଠାରୁ ବନ୍ଦ ହେବ ଦରମା । ଅର୍ଥ ବିଭାଗର ତିନି ତିନି ଥର ନିର୍ଦ୍ଦେଶକୁ ଫୁ’ ପରେ ଅର୍ଥ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ନିର୍ଦ୍ଦେଶକୁ ନମାନି ପଲିଟିକାଲ ଲୋକଙ୍କୁ ଧରି ଚାପ ପକାଉଥିବା ଖବର ରହିଛି । ଯାହାକୁ ନେଇ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ଏପ୍ରିଲ ୧୬ ତାରିଖରେ ଓଡ଼ିଶା ଅର୍ଥ ସେବା (ଓଏଫଏସ)ର ୯୦ଜଣ ଅଫିସରଙ୍କ ଏକକାଳୀନ ବଦଳି ହୋଇଥିଲା । କିନ୍ତୁ ଏହା ଭିତରେ ୩ ମାସ ବିତିଯାଇଥିଲେ ମଧ୍ୟ ଅନେକ ଅଧିକାରୀ ନିଜର ଗାଦି ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି । ଏପ୍ରିଲ ୧୬ ପରେ ମେ ୧୯ ତାରିଖରେ ପ୍ରଥମ ରିମାଇଣ୍ଡର ପଠାଇ ସେହିମାସ ୨୫ ତାରିଖ ସୁଦ୍ଧା ନିଜର ନୂଆ ସ୍ଥାନରେ ଯୋଗ ଦେବାକୁ ସମ୍ପୃକ୍ତ ଅଫିସରମାନଙ୍କୁ ତାଗିଦ୍ କରିଥିଲା ଅର୍ଥ ବିଭାଗ । କିନ୍ତୁ ତାହା ବି ପ୍ରଭାବ ପକାଇ ନଥିଲା ।

ପୁଣି ଜୁନ୍ ୧୮ ରେ ରିମାଇଣ୍ଡର ସଦୃଶ ଅର୍ଥ ବିଭାଗ କହିଥିଲା ଅଫିସରମାନେ ବଦଳି ନିର୍ଦ୍ଦେଶ ମାନୁନଥିବାରୁ ତାହା ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧିର ଖୋଲା ଉଲ୍ଲଘଂନ ଓ ପ୍ରଶାସନିକ ଅନୁଶାସନହୀନତା, କିନ୍ତୁ ଜୁନ୍ ୧୭ ତାରିଖରେ ବିଭାଗ ଦେଖାଇଛି କଡା ଆଭିମୁଖ୍ୟ ବଦଳି ହୋଇଥିବା ଅଫିସରମାନେ ଯଦି ନିଜର ନୂଆ ସ୍ଥାନରେ ଜୁଲାଇ ୨୦ ତାରିଖ ସୁଦ୍ଧା ଯୋଗ ନଦେବେ ତା’ହେଲେ ଜୁଲାଇ ୨୧ରୁ ସେମାନଙ୍କର ଦରମା ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଏଠି ପ୍ରଶ୍ନ ଉଠିଛି କାହିଁକି ବିଭାଗର ବାରମ୍ବାର ନିର୍ଦ୍ଦେଶକୁ ମାନୁ ନାହାନ୍ତି ଅଧିକାରୀ । କାର୍ଯ୍ୟାନୁଷ୍ଠାନ ନନେଇ କାହିଁକି କେବଳ ରିମଣ୍ଡର ପଠାଇ ଅସହାୟତା ଦେଖାଉଛି ବିଭାଗ ।

Comments are closed.