Latest Odisha News

BREAKING NEWS

ବିବାଦୀୟ ବୟାନ ଦେଇ ଅଡୁଆରେ ଶ୍ୱେତା: ରୁଜୁ ହେଲା ଏଫଆଇଆର

ମୁମ୍ବାଇ: ବିବାଦୀୟ ବୟାନ ଦେଇ ଅଡୁଆରେ ପଡିଛନ୍ତି ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ । ମଙ୍ଗଳବାର ତାଙ୍କ ବିରୋଧରେ ଭୋପାଳର ଶ୍ୟାମଳା ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ କରାଯାଇଛି । ପୂର୍ବରୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ର ଘଟଣାର ଯାଂଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
କଣ କହିଥିଲେ ଶ୍ୱେତା: ଭୋପାଳରେ ଏକ ୱେବସିରିଜର ପ୍ରଚାର ଅବସରରେ ସେ କହିଥିଲେ, ଭଗବାନ ମୋ ବ୍ରାର ସାଇଜ ନେଉଛନ୍ତି । ଏହା ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଥିଲା । ସୋସିଆଲ ସାଇଟରେ ବୟକଟ ଶ୍ୱେତା ଏବେ ଟ୍ରେଣ୍ଡ କରୁଛି ।

ଜବାବ ରଖିଲେ ଶ୍ୱେତା: ଶ୍ୱେତାଙ୍କ ମତରେ ଏହି ୱେବ ସିରିଜରେ ମହାଭାରତ ସିରିୟଲରେ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକା କରୁଥିବା ସୌରଭ ଏଥିରେ ମଧ୍ୟ ରୋଲ କରୁଛନ୍ତି । ସେ ଏକ ବ୍ରା ପିଟର ଭୂମିକା କରୁଥିବାରୁ ତାଙ୍କୁ ଥଟ୍ଟା କରିବା ପାଇଁ କହିଥିଲି ଭଗବାନ ମୋ ବ୍ରାର ସାଇଜ ନେଉଛନ୍ତି ।

Comments are closed, but trackbacks and pingbacks are open.