Latest Odisha News

ନିଓକୋଭ ଭାଇରସ ନେଇ ଉହାନ ବୈଜ୍ଞାନିକଙ୍କ ଚେତାବନୀ: ସଂକ୍ରମିତ ହେଲେ ୩ ଜଣରୁ ଜଣେ ମରିବା ନିଶ୍ଚିତ

ଉହାନ: କରୋନା ଭାଇରସର ଉତ୍ପତି ସ୍ଥଳ ବିବେଚନା କରାଯାଉଥିବା ଉହାନର ବୈଜ୍ଞାନିକମାନେ କରୋନା ଭାଇରସର ନୂତନ ଭ୍ୟାରିଏଂଟ ନେଇ ଚେତାଇ ଦେଇଛନ୍ତି । ଏହାର ନାମ ନିଓକୋଭ ଏବଂ ଏଥିରେ ସଂକ୍ରମିତ ହେଲେ ୩ ଜଣରୁ ଜଣେ ମରିବା ନିଶ୍ଚିତ । ଏହା ପୃଥିବୀ ପୃଷ୍ଠରେ ବ୍ୟାପିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମଣିଷକୁ ସଂକ୍ରମିତ କରି ନାହିଁ । ୨୦୧୨ ଓ ୨୦୧୫ରେ ପଶ୍ଚିମ ଏସୀୟ ଦେଶରେ ଏହାର ପ୍ରକୋପ ଦେଖିବାକୁ ମିଳିଥିଲା । ଏବେ ଏହା କେବଳ ବାଦୁଡିର ଶରୀର ମଧ୍ୟରେ ଦେଖାଯାଇଛି ।

ତେବେ ନିଓକୋଭର ନିକଟତମ ଭ୍ୟାରିଏଂଟ ପିଡିଏଫ୨୧୮୦ସିିଓଭି ମଣିଷକୁ ସଂକ୍ରମିତ କରପାରେ । ଏହି ଭାଇରସ ମଣିଷ ଶରୀରରେ ପ୍ରବେଶ କରିବା ପାଇଁ ଆଉ ଗୋଟିଏ ମ୍ୟୁଟେଶନର ଆବଶ୍ୟକତା କରୁଛି । ଉହାନ ବିଶ୍ୱବିଦ୍ୟାଳୟ, ଚାଇନା ଏକାଡେମୀ ଅଫ ସାଇନ୍ସ ଓ ରୁଷର ସରକାରୀ ଭାଇରୋଲୋଜି ଗବେଷଣା କେନ୍ଦ୍ର ମଧ୍ୟ ଏ ନେଇ ଆଗୁଆ ସତର୍କ କରାଇଛି ।

Comments are closed, but trackbacks and pingbacks are open.