Latest Odisha News

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ଙ୍କ ଟ୍ୱିଟର ପ୍ରୋଫାଇଲ୍‌ରୁ ହଟିଲା ବ୍ଲୁ ଟିକ୍; ବିଜେପିର ଆପ୍‌କୁ ଟାର୍ଗେଟ୍

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍ ଆର୍ଥିକ ହେର୍‌ଫେର୍‌ ମାମଲାରେ ତିହାର ଜେଲ୍‌ରେ ଥିବା ବେଳେ ତାଙ୍କ ଟ୍ୱିଟର ପ୍ରୋଫାଇଲ୍‌ରୁ ବ୍ଲୁ ଟିକ୍ ହଟାଇ ନିଆଯାଇଛି। ସତୈନ୍ଦ୍ର ଜୈନ୍‌ ୨୦୨୨ ମେ ୨୯ ତାରିଖରେ ଶେଷ ଟ୍ୱିଟ୍ କରିଥିଲେ। ଗିରଫ ହେବାର ଗୋଟିଏ ଦିନ ପୂର୍ବରୁ ଏହି ଟ୍ୱିଟ୍ କରାଯାଇଥିଲା।

BjdElectrycity

ଏବେ ଟ୍ୱିଟର ଜୈନ୍‌ଙ୍କ ଫ୍ରୋଫାଇଲ୍‌ରୁ  ବ୍ଲୁ ଟିକ୍ ହଟାଇବା ପରେ ବିଜେପି ପ୍ରବକ୍ତା ପ୍ରବୀଣ ଶଙ୍କର କପୁର ଆପ୍‌କୁ ଟାର୍ଗେଟ୍ କରିଛନ୍ତି। ଏବେ ଟ୍ୱିଟର ଆପ୍‌ ନେତା ସତୈନ୍ଦ୍ର ଜୈନ୍‌ଙ୍କ ଠାରୁ ମାନ୍ୟତା ଫେରାଇ ନେଲା। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ମନ୍ତ୍ରୀ ମଣ୍ଡଳରୁ କେବେ ହଟାଇବେ ବୋଲି ଶ୍ରୀ କପୁର ପ୍ରଶ୍ନ କରିଛନ୍ତି। ଜୈନ୍‌ଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପାଇଁ ସେ  ଦାବି କରିଛନ୍ତି।

ସୂଚନା ଥାଉକି,  ଟ୍ୱିଟର ଭାରତରେ ଥିବା ନିଜର ଦୁଇଟି ଅଫିସ ବନ୍ଦ କରିଦେଇଛି।  କର୍ମଚାରୀଙ୍କୁ ଘରୁ ଥାଇ କାମ କରିବାକୁ ନିର୍ଦ୍ଦେଶ ଦେଇଛି କମ୍ପାନୀ। ଭାରତରେ ଟ୍ୱିଟର ୩ ଅଫିସ ରହିଥିବା ବେଳେ ସେଥିରୁ  ଦୁଇଟି ଦିଲ୍ଲୀ ଓ ମୁମ୍ବାଇ ଅଫିସ୍‌କୁ ବନ୍ଦ କରିଦେଇଛି କମ୍ପାନୀ।

ବ୍ଲୁମ୍ବର୍ଗର ରିପୋର୍ଟ ଅନୁସାରେ, ଭାରତରେ ଟ୍ୱିଟରର ଏବେ କେବଳ ଗୋଟିଏ ଅଫିସ୍ କାର୍ଯ୍ୟକ୍ଷମ ହେଉଛି। ବେଙ୍ଗାଲୁରୁରେ ଥିବା କାର୍ଯ୍ୟାଳୟକୁ ଚାଲୁ ରଖିଛି କମ୍ପାନୀ। ଏଥିରେ ଅଧିକାଂଶ ଇଞ୍ଜିନିୟର କାମ କରୁଛନ୍ତି।

କହି ରଖୁଛୁ ଯେ ଗତବର୍ଷ ଟ୍ୱିଟର ଭାରତରେ ୨୦୦ରୁ ଅଧିକ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତକୁ ଚାକିରିରୁ ବିଦା କରିଦେଇଥିଲା। ଏବେ ଦିଲ୍ଲୀ ଓ ମୁମ୍ବାଇରେ ଥିବା କାର୍ଯ୍ୟାଳକୁ ମଧ୍ୟ ଟ୍ୱିଟର ବନ୍ଦ କରି କର୍ମଚାରୀଙ୍କୁ ଘରୁ ଥାଇ କାମ କରିବାକୁ ନିର୍ଦ୍ଦେଶ ଦେଇଛି କମ୍ପାନୀ।

 

Leave A Reply

Your email address will not be published.