Latest Odisha News

BREAKING NEWS

ବାଣ ଗୋଦାମରେ ନିଆଁ : ୧୪ ଜୀବନ୍ତ ଦଗ୍ଧ, ୭ ଆହତ, ଦୋକାନ ମାଲିକ ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକ-ତାମିଲନାଡୁ ସୀମାନ୍ତ ଅଞ୍ଚଳ ନିକଟ ଅତ୍ତିବେଲେସ୍ଥିତ ଏକ ବାଣ ଗୋଦାମରେ ଅଘଟଣ ଘଟିଛି  । ଗୋଦାମରେ ବାଣ ରଖାଯାଉଥିବା ବେଳେ ନିଆଁ ଲାଗିଯାଇ ବିସ୍ଫୋରଣ ଘଟିଛି  । ଫଳରେ ଏଥିରେ ୧୪ ଜଣ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ  ।

ସେପଟେ କର୍ଣ୍ଣାଟକ ଡିଜିପି ଆଲୋକ ମୋହନ କହିଛନ୍ତି ସେହି ବାଣ କାରଖାନାରେ ଅତି କମରେ ୩୫ ଜଣ ଲୋକ କାମ କରୁଥିଲେ  । ଏହି ଘଟଣାରେ ଦୋକାନ ମାଲିକଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ମିଳିନାହିଁ । ଦୋକାନରେ ଆବଶ୍ୟକ ଲାଇସେନ୍ସ ଏବଂ ଅଗ୍ନି ନିର୍ବାପକ ସୁରକ୍ଷା ରହିଛି କି ନାହିଁ , ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ  । ଗୋଦାମ ପାଖରେ ରଖାଯାଇଥିବା କେତୋଟି ଗାଡ଼ି ମଧ୍ୟ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି ।

Leave A Reply

Your email address will not be published.