Latest Odisha News

BREAKING NEWS

ଆଇଏଏସ ସ୍ତରରେ ଅଦଳବଦଳ : ବିଷ୍ଣୁପଦ ସେଠୀ ହେଲେ ପ୍ରମୁଖ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି । ବିଷ୍ଣୁପଦ ସେଠୀଙ୍କୁ ପ୍ରମୁଖ ସଚିବ ଭାବେ ଦାୟିତ୍ବ ମିଳିଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି ବିଷ୍ଣୁପଦ । ମୋଟ୍ ୮ଜଣ ଆଇଏଏସଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଭାସ୍କର ଜ୍ୟୋତି ଶର୍ମା ଙ୍କୁ ଲ୍ୟାଣ୍ଡ ରେକର୍ଡସ ଓ  ସେଟେଲମେଣ୍ଟ କମିଶନର ଭାବେ ଦାୟିତ୍ବ ମିଳିଛି ।

ଜ୍ୟୋତିପ୍ରକାଶ ଦାସଙ୍କୁ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଦାୟିତ୍ବ ମିଳିଛି । ସେହିପରି ରାମାଶିଷ ହାଜରାଙ୍କୁ BSE ସଭାପତି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଅରିନ୍ଦମ ଡାକୁଆଙ୍କୁ ପାନୀୟ ଜଳ ଓ ପରିମଳ ବିଭାଗ  ନିର୍ଦ୍ଦଶକ କରାଯାଇଛି । ଅନ୍ୟପଟେ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଏସଟି ବିଭାଗର ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଥିବାବେଳେ ସୁବ୍ରତ ଶତପଥିଙ୍କୁ  ଆଇଜିଆର୍ ଭାବେ ଅତିରିକ୍ତ ଦାୟିତ୍ବ ମିଳିଥିବା ସୂଚନା ମିଳିଛି ।

Leave A Reply

Your email address will not be published.