Latest Odisha News

BREAKING NEWS

ଆପାର୍ଟମେଣ୍ଟର ଦଶ ମହଲାରେ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇର ଏକ ଆପାଟମେଣ୍ଟର ଦଶ ମହଲାରେ ବଡ଼ ଧରଣର ଅଗ୍ନିକାଣ୍ଡ । ଆଜି ମୁମ୍ବାଇର କାଞ୍ଜୁରମର୍ଗ ଅଞ୍ଚଳରେ ଏନଜି ରୟାଲ ପାର୍କ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳକୁ ଅଗ୍ନିଶମ ଗାଡ଼ି ପଠାଯାଇଛି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଚାଲିଛି ।

ଆପାର୍ଟମେଣ୍ଟର ‘ବି-ବ୍ଲକ୍’ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଆଜି ଅପରାହ୍ନ ୧.୧୭ ମିନିଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ୬ଟି ଦମକଳ, ୪ଟି ଜମ୍ବୁ ଟ୍ୟାଙ୍କର ସହ ଅନ୍ୟ ଦୁଇଟି ଟ୍ୟାଙ୍କର, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ସହାୟତା ଘଟଣାସ୍ଥଳରେ ସହାୟତା ପାଇଁ ନିୟୋଜିତ କରାଯାଇଛି । କେତେ ଜଣଙ୍କର କ୍ଷୟ କ୍ଷତି ହୋଇଛି ତାହାର ସୂଚନା ମିଳିପାରି ନାହିଁ ।

Comments are closed, but trackbacks and pingbacks are open.