Latest Odisha News

BREAKING NEWS

ଭଦ୍ରକ: ତୃତୀୟ ଦିନର ଗଣତିରେ ୧୨ଟି ଯାକ ଜିଲ୍ଲା ପରିଷଦ ଆସନରେ ବିଜେଡି ଆଗୁଆ

ଭଦ୍ରକ: ତୃତୀୟ ଦିନର ଭଦ୍ରକ ଜିଲ୍ଲାରେ ୭ଟି ବ୍ଲକରେ ୧୨ଟି ଜିଲ୍ଲାପରିଷଦ ଜୋନ୍‌ରେ ଭୋଟ ଗଣତି ଆରମ୍ଭରୁ ସମସ୍ତ ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଚାନ୍ଦବାଲି ବ୍ଲକର ୪ ନମ୍ବର ଜୋନରେ ବିଜେଡି ପ୍ରାଥୀ ସ୍ମରଣୀକା ସମଦର୍ଶନୀ ବଳ ଆଗୁଆ, ଚାନ୍ଦବାଲି ବ୍ଲକର ୫ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ବଳଭଦ୍ର ଲେଙ୍କା ଆଗୁଆ ।

ତିହିଡି଼ ବ୍ଲକର ୮ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ  ସୁମତି ସେଠୀ ଆଗୁଆ । ତିହିଡି଼ ବ୍ଲକର ୯ ନମ୍ବର ଜୋନରେ ବିଜେଡ଼ି ପ୍ରାଥୀ  ଲାଲମୋହନ ଦାସ ଆଗୁଆ । ଧାମନଗର ବ୍ଲକର ୧୨ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଶାରଦା ପ୍ରସନ୍ନ ସାହୁ ଆଗୁଆ । ଧାମନଗର ବ୍ଲକର ୧୩ ନମ୍ବର ଜୋନରେ ବିଜେଡି ପ୍ରାଥୀ ପ୍ରଦୀପ ମଲ୍ଲିକ ଆଗୁଆ ।

ବନ୍ତ ବ୍ଲକର ୧୬ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ମୁନି ମୁଣ୍ଡା ଓ  ବାସୁଦେବପୁର ବ୍ଲକର ୨୦ ନମ୍ବର ଜୋନରେ ବିଜେଡ଼ି ପ୍ରାଥୀ ମାନସ ସେଠୀ , ବାସୁଦେବପୁର ବ୍ଲକର ୨୧ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଦିବ୍ୟଲଷ୍ମୀ ବାରିକ ଆଗୁଆ, ଭଣ୍ଡାରିପୋଖରୀ ବ୍ଲକର ୨୪ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ  ଉତ୍କଳ କେଶରୀ ମହାନ୍ତି ଆଗୁଆ ରହିଛନ୍ତି ।

ଭଦ୍ରକ ବ୍ଲକର ୨୭ ନମ୍ବର ଜୋନରେ ବିଜେଡ଼ି ପ୍ରାଥୀ ମଳୟ ଜେନା, ଭଦ୍ରକ ବ୍ଲକର ୨୮ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ପୂର୍ଣ୍ଣଶଶି ପାଣିଗ୍ରାହୀ ଆଗୁଆ ରହିଛନ୍ତି ।

Comments are closed, but trackbacks and pingbacks are open.