Latest Odisha News

ଜମିବାଡ଼ି ବିବାଦକୁ ନେଇ ଗୁଳିମାଡ଼, ୨ ଜଣ ଗୁରୁତର

ଜଗତସିଂହପୁର: ଜମିବାଡ଼ି ବିବାଦକୁ ନେଇ ଗୁଳିମାଡ଼ । ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ତରଡ଼ାପଡ଼ା ମଜୁରାଇ ଗାଁରେ । ଗୁଳିମାଡ଼ରେ ପୀତବାସ ଦାସ ଏବଂ ଅବିନାଶ ଦାସ ଆହତ ହୋଇଛନ୍ତି । ପ୍ରଥମେ ଜଗତସିଂହପୁର ମେଡିକାଲ ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଭଦ୍ରକ ଅଞ୍ଚଳର ଅଭିଯୁକ୍ତ ତଥା ଅବସର ପ୍ରାପ୍ତ ସେନା କର୍ମଚାରୀ ଚନ୍ଦ୍ରମଣି ପରିଡ଼ା ନିଜ ଶ୍ୱଶୁର ଘରକୁ ଆସିଥିବା ସମୟରେ ତାଙ୍କ ଶ୍ୱଶୁର ଘର ଏବଂ ପଡ଼ୋଶୀଙ୍କ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଅସନ୍ତୋଷ ଉପୁଜିଥିଲା । ହଠାତ ଏକ ଦେଶୀ ବନ୍ଧୁକ ସାହାଯ୍ୟରେ ପୀତବାସ ଦାସ ଓ ଅବିନାଶ ଦାସଙ୍କୁ ଆକ୍ରମଣ କରିଥିଲେ ଚନ୍ଦ୍ରମଣି ।

ଫଳରେ ଅବିନାଶଙ୍କ ମୁଣ୍ଡରେ ଗୁଳି ବାଜିଥିବା ବେଳେ ଅନ୍ୟଜଣଙ୍କ ଦେହରେ ଗୁଳି ବାଜିଥିଲା । ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହିତ ତଦନ୍ତ ଜାରି ରଖିଥିବା କହିଛନ୍ତି ଜଗତସିଂହପୁର ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ।

Leave A Reply

Your email address will not be published.