Latest Odisha News

BREAKING NEWS

ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲିରେ ଏକ ସୁଦୃଶ୍ୟ ଲମ୍ବା ବ୍ୟାଟ ନିର୍ମାଣ କରି ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।


ରବିବାର ଦିନ ଅନୁଷ୍ଠିତ ହୋଇଥିବା ବିଶ୍ୱକପର ବହୁ ପ୍ରତିକ୍ଷୀତ ଭାରତ-ପାକିସ୍ତାନ ମ୍ୟାଚରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭାରତୀୟ ଦଳ ୮୯ ରନରେ ପରାସ୍ତ କରି ଏକ ବୃହତ ବିଜୟ ହାସଲ କରିପାରିଛି । ବିଶ୍ୱର କୋଟି କୋଟି କ୍ରିକେଟପ୍ରେମୀ ଏହି ମ୍ୟାଚଟିକୁ ଟିଭି ଓ ଅନଲାଇନ୍ ମାଧ୍ୟମରେ ଉପଭୋଗ କରିଥିଲେ । ଭାରତର ଏହି ବିଜୟରେ ଭାରତୀୟ କ୍ରିକେଟ ଫାନମାନେ ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ କରିଥିବା ନଜରକୁ ଆସିଛି ।

ପୁରୀ ବେଳାଭୂମୀରେ ପ୍ରଖ୍ୟାତ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୨୦ ଫୁଟ ଲମ୍ବ ବିଶିଷ୍ଟ ଏକ ବିରାଟ ବ୍ୟାଟ ବାଲିରେ ନିର୍ମାଣ କରି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ଆହୁରିମଧ୍ୟ ସୁଦର୍ଶନ ରୋହିତଙ୍କ ଶତକୀୟ ଇନିଂସର ପ୍ରଶଂସା କରିବା ସହିତ ତାଙ୍କୁ ବାଲୁକା କଳାରେ ଅଭିନନ୍ଦନ କରିଛନ୍ତି । ଏହି ବାଲୁକା ପ୍ରତିକୃତିକୁ ଦେଖିବା ଲାଗି ପୁରୀ ସମୁଦ୍ରକୁ ବୁଲି ଆସୁଥିବା ଶହ ଶହ ଦର୍ଶକ ପ୍ରଶଂସା କରିବାକୁ ଭୁଲୁନାହାନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, କ୍ରିକେଟ ବିଶ୍ୱକପରେ ଭାରତ-ପାକିସ୍ତାନ ମଧ୍ୟରେ ସମୁଦାୟ ୭ଟି ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ୭ଟି ମ୍ୟାଚରେ ପାକିସ୍ତାନ ଦଳକୁ ଭାରତ ପରାସ୍ତ କରି ଏକ ବିରଳ ରେକର୍ଡ଼ ସୃଷ୍ଟି କରିଛି ।

Leave A Reply

Your email address will not be published.