Latest Odisha News

BREAKING NEWS

ଥାନା ଭିତରେ ୫ ପୋଲିସ କର୍ମୀଙ୍କୁ ଛୁରାମାଡ଼

ନୂଆଦିଲ୍ଲୀ: ସୋମବାର ଅପରାହ୍ନରେ ଦିଲ୍ଲୀର ଜାମା ମସଜିଦ ଥାନା ଭିତରେ ଜଣେ ୨୫ ବର୍ଷୀୟ ନବୀଲ ନାମକ ଜଣେ ଯୁବକ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ଛୁରାମାଡ଼ କରି ଗୁରୁତର ଆହତ କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୨:୩୦ ସମୟରେ ନବୀଲଙ୍କୁ ତାଙ୍କ ମା’ ଓ ଭଉଣୀଙ୍କ ସହ ଚାଲିଥିବା ଏକ ପାରିବାରିକ ବିବାଦର ସମାଧାନ ଓ ପଚରାଉଚରା ପାଇଁ ଥାନାକୁ ଡକାଯାଇଥିଲା।

କଥାବାର୍ତ୍ତା ଚାଲିଥିବା ସମୟରେ ସେ ହଠାତ୍ ସାଙ୍ଗରେ ଆଣିଥିବା ଏକ ଛୁରୀ ବାହାର କରି ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୁଇ ଜଣ ସବ୍-ଇନ୍ସପେକ୍ଟର (ଅଜୟ ଓ ଅରବିନ୍ଦ), ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଶ୍ରୀକୃଷ୍ଣ) ଏବଂ ଦୁଇ ଜଣ ହେଡ୍ କନଷ୍ଟେବଳ (ହରେନ୍ଦ୍ର ଓ ବଲଜିତ)ଙ୍କ ବେକ ଏବଂ ମୁହଁରେ ଗଭୀର ଆଘାତ ଲାଗିଛି। ସେମାନଙ୍କୁ ପ୍ରଥମେ ସଞ୍ଜିବନ ହସ୍ପିଟାଲ ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଆକ୍ରମଣ ପରେ ଅଭିଯୁକ୍ତ ଥାନାରୁ ଫେରାର ହୋଇ ବାହାରେ ଜଣେ ବ୍ୟକ୍ତିଙ୍କଠାରୁ ଏକ ଦୁଇଚକିଆ ଯାନ ଲୁଟି ନେଇଥିଲା। ପରେ ଦିଲ୍ଲୀ ପୋଲିସର ଅପରେସନ୍ସ ୟୁନିଟ୍ ତାକୁ ନିକଟସ୍ଥ ଚିତଲି କବର ଅଞ୍ଚଳରେ ଠାବ କରିଥିଲା। ଧରିବାକୁ ଚେଷ୍ଟା କଲାବେଳେ ସେ ପୁଣିଥରେ ପୋଲିସ ଟିମ୍ ଉପରେ ଆକ୍ରମଣ କରିବାରୁ ପୋଲିସ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିଲା। ଏଥିରେ ଅଭିଯୁକ୍ତର ଗୋଡ଼ରେ ଗୁଳି ବାଜିବା ପରେ ତାକୁ ଗିରଫ କରାଯାଇଛି।

 

Leave A Reply

Your email address will not be published.