Latest Odisha News

BREAKING NEWS

ମୁଣ୍ଡଳିରେ ବଢ଼ୁଛି ଜଳସ୍ତର, ଆଜି ରାତି ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ବର୍ତ୍ତମାନ ମହାନଦୀ ମୁଣ୍ଡଳୀ ଠାରେ ପିକ୍ ଜଳ ପ୍ରବାହିତ ହେଉଛି । ଏବେ ମୁଣ୍ଡୁଳିରେ ୯.୨୦ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି । ଅପରାହ୍ଣ ୪ଟାରୁ ପିକ୍ ଜଳ ପ୍ରବାହିତ ହେଉଛି । ଆସନ୍ତା ୮ ଘଣ୍ଟା ପର୍ଯ୍ୟନ୍ତ ବନ୍ୟା ଜଳ ପ୍ରବାହ ଏମିତି ସ୍ଥିର ରହିବ ।

ଆସନ୍ତାକାଲି ସକାଳ ବେଳକୁ ଏହା କମିବା ଆରମ୍ଭ କରିବ । ତେଣୁ ଆଜି ରାତି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ମୁଣ୍ଡୁଳିରେ କମିଲେ ତଳମୁଣ୍ଡରେ ପାଣି ବଢିବ । ମହାନଦୀର ତଳମୁଣ୍ଡରେ ଥିବା କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧାରେ ଜଳସ୍ତର ବଢ଼ିବ ।

ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲେ ବି ସନ୍ଧ୍ୟା ସୁଦ୍ଧା କମିବ । ସେହିପରି ବ୍ରାହ୍ମଣୀର ଜଳସ୍ତର ମଧ୍ୟ କମୁଛି । ବର୍ଷା ନଥିବାରୁ ବର୍ତ୍ତମାନ ସୁଦ୍ଧା ବିଂଝାରପୁରର କଟ୍ ବି ବନ୍ଦ କରାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ଖଇରିମଳ ଓ ବରମୂଳଠାରେ ବହୁତ ତୀବ୍ର ଭାବେ କମୁଛି । ଆଉ ୧୮ରୁ ୨୪ ଘଣ୍ଟାରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରେ ପାସ୍ କରିବ । ଲୋକେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

Leave A Reply

Your email address will not be published.