Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଫରେଷ୍ଟ ଗାର୍ଡ, ଲାଞ୍ଚ ନେବା ବେଳେ ଧରି ବସିଲା ଟିମ୍

ଝାରସୁଗୁଡା: ମହଙ୍ଗା ପଡିଲା ଲାଞ୍ଚ ନେବା । ଭିଜିଲାନ୍ସ ହାତରେ ସରକାରୀ କର୍ମଚାରୀ । ଝାରସୁଗୁଡା ଜିଲ୍ଲା ବନ୍ଧବାହଲ ଫରେଷ୍ଟ ସେକ୍ସନର ବନହରପାଲି ଫରେଷ୍ଟ ଗାର୍ଡ ଶ୍ରିମତି ଝରଣା ସାହୁ ଓ ୱାଚ୍ ମ୍ୟାନ ଶ୍ରୀ ସଞ୍ଜୟ ବାରିକଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଛି ଭିଜିଲାନ୍ସ ଟିମ୍ ।

ସୂଚନା ଅନୁସାରେ, ଘର ଅଗଣାରୁ ଗଛ କାଟିବାକୁ ଅନୁମତି ଦେବା ଓ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଜଣେ ଅଭିଯୋଗକାରୀ ଶ୍ରୀମତି ସାହୁଙ୍କ ପାଖକୁ ଯାଇଥିଲେ । ଶ୍ରୀମତି ସାହୁ ଅଭିଯୋଗକାରୀଙ୍କ ଠାରୁ ୧୫,୦୦୦ ଟଙ୍କା ମାଗିଥିଲେ । ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ଵାରସ୍ତ ହୋଇଥିଲେ । ଆଜି ଯେତେବେଳେ ଅଭିଯୋଗକାରୀ ଶ୍ରୀମତି ସାହୁ ଓ ଶ୍ରୀ ବାରିକଙ୍କୁ ଟଙ୍କା ଦେଉଥିଲେ ସେତେବଳେ ପୂର୍ବରୁ ଯୋଜନା କରି ଛକି ବସିଥିବା ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା । ସେମାନଙ୍କ ଠାରୁ ନଗଦ ଟଙ୍କା ଜବତ କରିଥିଲା ଟିମ୍ ।

ଗିରଫ ପରେ ଶ୍ରୀମତି ସାହୁଙ୍କ ବାସଭବନ ସମେତ ୨ଟି ସ୍ଥାନରେ ଚଢାଉ କରିଛି ଝାରସୁଗୁଡା ଭିଜିଲାନ୍ସ । ଏହି ପ୍ରସଙ୍ଗରେ ଏକ ମାମଲା ରୁଜୁ ହୋଇ ଆଗାମୀ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.