Latest Odisha News

BREAKING NEWS

ଫୁଟପାଥରେ ଜୀବନ କାଟୁଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ

କୋଲକାତା: ଫୁଟପାଥରେ ଜୀବନ କାଟୁଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଶାଳୀ ଇରା ବସୁ । ବୁଦ୍ଧଦେବଙ୍କ ପତ୍ନୀ ମୀରା ଭଟ୍ଟାଚାର୍ଯ୍ୟଙ୍କ ଭଉଣୀ ଇରା ଭାଇରୋଲୋଜିରେ ପିଏଚଡି କରିଥିଲେ । ଏବେ ସେ ମାନସିକ ରୋଗଗ୍ରସ୍ତ ବୋଲି କୁହାଯାଇଛି । ୨ ବର୍ଷ ହେବ ଘରେ ନ ରହି ସେ ଫୁଟପାଥରେ ଜୀବନ ବିତାଉଛନ୍ତି । ସବୁଠାରୁ ବଡ କଥା ଇରା କାହା ଆଗରେ ହାତ ପତାଉ ନାହାନ୍ତି । ନିଜ ଖର୍ଚ୍ଚ ନିଜେ କରିବା ସହ ଆବଶ୍ୟକ ପଡିଲେ ଅନ୍ୟମାନଙ୍କୁ ଖାଇବାକୁ ଦେଇଥାନ୍ତି । ଏହି ଖବର ସୋସିଆଲ ସାଇଟରେ ଶେୟାର ହେବା ପରେ ତାଙ୍କୁ କୋଲକାତାର ଏକ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ବୁଦ୍ଧଦେବ ୨୦୦୧ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ । ଇରାଙ୍କୁ ତାଙ୍କ ଭାଇ ବିଷୟରେ ପଚରାଯିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଇରା ଜଣେ ଭଲ ଆଥଲେଟ ଥିଲେ । ସେ ୧୦୦ ମିଟରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଟାଇଟଲ ଜିତିବା ସହ ଟେବୁଲଟେନିସ ଓ କ୍ରିକେଟ ବି ଖେଳନ୍ତି । ସେ ପ୍ରିୟନାଥ ଗାର୍ଲ୍ସ ହାଇସ୍କୁଲରେ ଲାଇଫ ସାଇନ୍ସର ଶିକ୍ଷକ ଥିଲେ । ୭୨ ବର୍ଷୀୟ ଇରା ତାଙ୍କ ପିଏଫ ପଇସାରେ ଚଳୁଛନ୍ତି । କାଗଜପତ୍ର ଜମା କରି ନ ପାରିବରୁ ଏ ପର୍ଯ୍ୟନ୍ତ ସେ ପେନସନ ପାଇ ନାହାନ୍ତି ।

 

Leave A Reply

Your email address will not be published.