Latest Odisha News

BREAKING NEWS

ପରଲୋକରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକ, ବାସ ଭବନଠାରେ ଶେଷ ଦର୍ଶନ କଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ପରଲୋକରେ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସମେତ ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗର ସଚିବମାନେ ଭୁବନେଶ୍ୱର ମାଉସୀମାମନ୍ଦିର ଛକସ୍ଥିତ ସ୍ୱର୍ଗତ ପଟ୍ଟନାୟକଙ୍କ ବାସ ଭବନଠାରେ ତାଙ୍କର ପାର୍ଥିବ ଶରୀରର  ଶେଷ ଦର୍ଶନ କରିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଶ୍ରୀ ବିଷ୍ଣୁପଦ ସେଠୀ, ଶ୍ରୀମତୀ ଊଷା ପାଢୀ, କମିଶନର ତଥା ଶାସନ ସଚିବ ଶ୍ରୀ ସନ୍ଥନାଗୋପାଳନ ଆର୍., କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲଙ୍କ ସମେତ ରାଜ୍ୟ ପ୍ରଶାସନର ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ତାଙ୍କର ପାର୍ଥିବ ଶରୀରର ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଦିବଗଂତ ଅମରାତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।

ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ସୁଧାଂଶୁଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ରାଜ୍ୟ ମାନବାଧିକାର କମିଶନର ପ୍ରଥମ ସଦସ୍ୟ ଥିଲେ । ୨୦୦୦ ମସିହା ମାର୍ଚ୍ଚ ୮ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରିଥିଲେ । ସେହିପରି ଷ୍ଟାଫ୍ ସିଲେକ୍ସନ୍ ଓ କୃଷି କମିଶନର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ସୁଧାଂଶୁ ମୋହନ ପଟ୍ଟନାୟକ ।

 

Leave A Reply

Your email address will not be published.