Latest Odisha News

BREAKING NEWS

‘ସନାତନ ବିରୋଧୀ ଜାଣି କଂଗ୍ରେସ ଛାଡିଥିଲି, ଆଜି ବିଜେପିରେ ଯୋଗଦେଲି’

ନୂଆଦିଲ୍ଲୀ: ଦେଶରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଅନ୍ୟପଟେ କଂଗ୍ରେସକୁ ଲାଗିଛି ବଡ ଝଟକା । ଦୁଇ ଦିନ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଥିବା ରାଧିକା ଖେଡା ବିଜେପିରେ ଯୋଗ ଦେଇଛନ୍ତି । ଆଜି ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ରାଧିକା । ବିଜେପି ନେତା ବିନୋଦ ତାବଡେ ରାଧିକାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ବାଗତ କରିଥିଲେ ।

ଦଳରେ ସାମିଲ ହେବା ପରେ ରାଧିକା କହିଛନ୍ତି ଯେ, ତାଙ୍କୁ କଂଗ୍ରେସରେ ଅସମ୍ମାନିତ କରାଯାଇଛି । ରାମ ଭକ୍ତ ହୋଇଥିବାରୁ ରାମଲଲାଙ୍କ ଦର୍ଶନ କରିବାରୁ କୌଶଲ୍ୟା ମାତାଙ୍କ ଭୂମିରେ ମୋତେ ଦୁର୍ବ୍ୟବହାର କରାଗଲା । ଆଜିର କଂଗ୍ରେସ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କଂଗ୍ରେସ ନୁହେଁ, ଏହା ରାମ ବିରୋଧୀ, ହିନ୍ଦୁ ବିରୋଧୀ କଂଗ୍ରେସ ବୋଲି ରାଧିକା କହିଛନ୍ତି ।

ସେ ଆହୁରି କହିଛନ୍ତି, ‘ମତେ ଆଗରୁ ଜଣାନଥିଲା ଯେ କଂଗ୍ରେସ ହେଉଛି ସନାତନ ବିରୋଧୀ ବୋଲି । ହେଲେ ଏବେ ମତେ ତାର ଅସଲ ରୂପ ଜଣାପଡିଯାଇଛି ତେଣୁ ମୁଁ ଏବେ ଦଳ ଛାଡିବାକୁ ବାଧ୍ୟ ହେଲି’ ।

Leave A Reply

Your email address will not be published.