Latest Odisha News

BREAKING NEWS

ଭୋଟ୍ ଦେଲେ ଅଖିଳେଶ ଯାଦବ; କହିଲେ, ବୁଥ୍ ଉପରେ କବଜା କରିବାକୁ ଚାହୁଁଛି ବିଜେପି

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଏହି ସମୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଭୋଟ୍ ଦେଇ ନିଜର ମତ ସାବ୍ୟସ୍ତ କରିଛନ୍ତି । ତାଙ୍କ ସହ ପତ୍ନୀ ଡିମ୍ପଲ ଯାଦବ ମଧ୍ୟ ଭୋଟ୍ ଦେଇଛନ୍ତି ।

ଏହି ସମୟରେ ଅଖିଳେଶ କହିଛନ୍ତି ଯେ, ‘ଅନେକ ସ୍ଥାନରୁ ଶୁଣିବାକୁ ମିଳୁଛି ଯେ ବିଜେପି କର୍ମୀ ଏବଂ ନେତାମାନେ ବୁଥ୍ କୁ କବଜା କରିବାକୁ ଚାହୁଁଛନ୍ତି । ମୁଁ ଜଣେ ଅଧିକାରୀଙ୍କୁ ଦେଖିଲି ସିଏ କ’ଣ କରୁଛି ସେ ବିଷୟରେ ଅବଗତ ନଥିଲେ ଏବଂ ମତଦାନ କେନ୍ଦ୍ରରେ ଦୁର୍ବ୍ୟବହାର କରୁଥିଲେ । ଆସୁଥିବା ଅଭିଯୋଗ ଉପରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୋର ଆଶା’ ।

ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଭୋଟରଙ୍କୁ ଅଖିଳେଶ ଯାଦବ ଅପିଲ୍ କରିଛନ୍ତି । ଏଥି ସହ ସେ କହିଛନ୍ତି ଯେ, ମୁଁ ଏହି ସରକାର ହଟାଇବାକୁ ଭୋଟରଙ୍କୁ ନିବେଦନ କରିବି । ବିଜେପି ର ଅତ୍ୟନ୍ତ ଦୟନୀୟ ଭାବେ ପରାଜୟ ହେବାକୁ ଯାଉଛି । ତାଙ୍କର ଚତୁରତା ପ୍ରତି ସତର୍କ ରହିବା ଆବଶ୍ୟକ । ଏମାନେ ଲୋକଙ୍କୁ ଦ୍ୱନ୍ଦରେ ପକାନ୍ତି । ବେକାରୀ ଏବଂ ମୁଦ୍ରାସ୍ଫୀତି ପ୍ରସଙ୍ଗକୁ ସପା ମୁଖ୍ୟ ଉଠାଇଥିଲେ । ସେ କହିଛନ୍ତି ଯେ ଡିଜେଲ ପେଟ୍ରୋଲ ମହଙ୍ଗା ହୋଇଛି ଏବଂ ଏଥିରୁ କିଏ ଲାଭ ଉଠାଉଛି?

ସେ କହିଛନ୍ତି ଯେ, ‘ବିଜେପି ସରକାରଙ୍କ ଅଧୀନରେ ଏକ ଲକ୍ଷ କୃଷକ ଆତ୍ମହତ୍ୟା କରିଛନ୍ତି । ଆମେ ସେହି ଲୋକ ଯିଏ ସମ୍ବିଧାନ ବିଷୟରେ କଥାବାର୍ତ୍ତା କରୁ । ଅବାଧରେ କଥାବାର୍ତ୍ତା କେବେ କରୁନା । ଯଦି ବିଜେପି ସରକାର ଆସେ ତେବେ ଗଣତନ୍ତ୍ର ଶେଷ ହୋଇଯିବ । ଯେତେବେଳେ ବିଜେପି ସରକାର ହଟିବ ସେତେବେଳେ ସମ୍ବିଧାନ ବଞ୍ଚିବ’ ।

Leave A Reply

Your email address will not be published.