Latest Odisha News

BREAKING NEWS

ନିର୍ବାଚନ ପ୍ରଚାର ପାଇଁ  ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପିର ୨ ବରିଷ୍ଠ ନେତା

ଭୁବନେଶ୍ବର: ନିର୍ବାଚନ ପ୍ରଚାର ପାଇଁ  ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପିର ୨ ବରିଷ୍ଠ ନେତା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭବାନୀପାଟଣା ଓ ରାୟଗଡ଼ାରେ ଜନସଭାକୁ ସମ୍ବୋଧିତ କରିବେ । ସେହିପରି  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ନବରଙ୍ଗପୁର ଗସ୍ତରେ ଆସିବେ। ସୂଚନା ଅନୁସାରେ ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପୁରୀ ଓ କୃଷ୍ଣପ୍ରସାଦରେ ହେବାକୁ ଥିବା ସମାବେଶରେ ଯୋଗଦେବେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମାଲକାନଗିରି, ଚିତ୍ରକୋଣ୍ଡା, ଖଲ୍ଲିକୋଟରେ ସଭା କରିବେ। ବର୍ତମାନ ବିଜେପିର ଫୋକସ୍ ରହିଛି ଓଡିଶା ଉପରେ । ବିଜେପି ଏଥର ପୁରା ସଂକଳ୍ପବଦ୍ଧ ଯେ ପ୍ରଥମ ଥର ପାଇଁ ବିଜେପି ଓଡିଶାରେ ସରକାର ଗଢିବ । ଏଥିପାଇଁ ବିଜେପି ଚଳିତ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚଳାଇଛି । ଏହାପୂର୍ବରୁ ମେ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁର ଓ ନବରଙ୍ଗପୁରରେ ହୋଇଥିବା ନିର୍ବାଚନୀ ସଭାକୁ ଉଦ୍‌ବୋଧନ କରିଥିଲେ। ଜନସଭାରେ ବିଜେଡି ସରକାର ଉପରେ ସିଧାସଳଖ ବର୍ଷିଥିଲେ ମୋଦୀ ।

 

Leave A Reply

Your email address will not be published.